ସ୍ମାର୍ଟ ହେବେ ବିଧାୟକ: ଏଣିକି ପେପର୍‌ ନୁହେଁ, ଟ୍ୟାବ୍‌ରେ ପଢିବେ

ଭୁବନେଶ୍ଵର : ଏଣିକି ସ୍ମାର୍ଟ ହେବେ ବିଧାୟକ । ବିଧାନସଭାରେ ଆଉ ପେପର ନୁହେଁ , ବିଧାୟକମାନେ ଟ୍ୟାବରେ ପଢିବେ। ନେଭା ପକ୍ଷରୁ ଏହି ଏହି ବ୍ୟବସ୍ଥା କରାଯାଇଛି। ବିଧାନସଭାର ୧୪୭ ବିଧାୟକଙ୍କ ଆସନ ସାମ୍ନାରେ ଟ୍ୟାବ୍ ଲଗାଯାଇଛି।  ଆସନ୍ତା ୧୩ ତାରିଖରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେବ। ଅପ୍ରେଲ ୫ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟ ୧୩ରୁ ୨୧ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଅପ୍ରେଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ।  ବିଧାନସଭା ଅଧିବେଶନ କାଳରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାରେ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

Comments are closed.