www.samajalive.in
Monday, December 8, 2025
27.1 C
Bhubaneswar

ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ। ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ ଅଭାବନୀୟ ଘଟଣା ଘଟିଛି। ନାବାଳକଙ୍କ ଜଂଘରେ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ପଠାଯାଇଛି। ଗତକାଲି କୌଣସି କଥାକୁ ନେଇ କିଛି ଯୁବକଙ୍କ ସହ ନାବାଳକଙ୍କର ପରିବାର ଲୋକଙ୍କର ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ  ହୋଇ ଜଣେ ଯୁବକ ଗୁଳିମାଡ  କରିଥିବା ବେଳେ ଗୋଟିଏ ଗୁଳି ନାବାଳକଙ୍କ ଜଂଘରେ ବାଜିଛି। ପରିବାର ଲୋକେ ତୁରନ୍ତ ନାବାଳକଙ୍କୁ ଉଦ୍ଧାର କରି ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣରୁ ଗୁଳିମାଡ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories