www.samajalive.in
Thursday, December 11, 2025
27.1 C
Bhubaneswar

ଫାଇଲେରିଆ ନିରାକରଣ ଅଭିଯାନ, ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଆଠଗଡ : ଫାଇଲେରିଆ ବା ବାତଜ୍ଵର ନିରାକରଣ ଅଭିଯାନ ଅନ୍ତର୍ଗତ ଫେବୃଆରୀ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଜାତୀୟ କୀଟବାହିତ କାର୍ଯ୍ୟକ୍ରମ ଓ ଆଠଗଡ ଉପଖଣ୍ଡ ଡାକ୍ତରଖାନାର ମିଳିତ ଆନୁକୂଲ୍ୟରେ ସୋମବାର ଏନଏସି ଅଞ୍ଚଳରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ସେଣ୍ଟ ଜାଭିଅର୍ସ ହାଇସ୍କୁଲରେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା,ସିଡିପିଓ ନିବେଦିତା ରାୟ, ଜିଲ୍ଲା ଅତିରିକ୍ତ କୀଟବାହିତ ରୋଗ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ରଞ୍ଜନ କୁମାର ସିଂହ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଔଷଧ ସେବନ କରାଇ ଅଭିଯାନକୁ ଉଦଘାଟନ କରିଥିଲେ । ପରେ ପରେ ଡାକ୍ତରଖାନାର ଏମଡିଏ କର୍ଣ୍ଣରରେ ଏହି କାର୍ଯ୍ୟକ୍ରମକୁ କଟକରୁ ଆସିଥିବା ଡାକ୍ତର ସିଂହ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲା ଡିଭିଡି ସଂଯୋଜକ ତୃପ୍ତିମୟୀ ନାୟକ, ବିଜୟ ବେଉରା, ଜବ୍ କିମସନ୍ ପ୍ରଧାନ ଓ ବିରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଏହା ପରେ କନ୍ତୋଲ ହନୁମାନ ମନ୍ଦିରଠାରୁ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଯାଇ କନ୍ତୋଲ ନୋଡାଲ ସ୍କୁଲରେ ପହଞ୍ଚିବା ପରେ ସେଠାରେ ତହସିଲଦାର କ୍ଷେତ୍ରମୋହନ ସ୍ୱାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ସମସ୍ତ ସ୍ଥାନରେ ପ୍ରଥମେ ପଦାଧିକାରୀମାନେ ନିଜେ ଔଷଧ ସେବନ କରିବା ପରେ ଛାତ୍ରଛାତ୍ରୀ ଓ ଅନ୍ଯମାନଙ୍କୁ ଔଷଧ ସେବନ କରାଇଥିଲେ। ଏହି ଅବସରରେ ଫାଇଲେରିଆ ମୁକ୍ତ ସମାଜ ଗଠନର ସଚେତନତା ଉଦ୍ଦେଶ୍ଯରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଚିତ୍ରାଙ୍କନ, କୁଇଜ, ନୃତ୍ଯ ଓ ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ପରେ ଛାତ୍ରଛାତ୍ରୀ ନୃତ୍ଯ, ସଂଗୀତ ଓ ଏକକ ଅଭିନୟ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ସାମୁହିକ ଔଷଧ ସେବନ ଅଭିଯାନ ଦାୟିତ୍ବରେ ଥିବା ସଂଯୋଜକ ମହମ୍ମଦ୍ ଅସଲମ୍ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜାଭିଅର୍ସ ହାଇସ୍କୁଲ ଅଧ୍ୟକ୍ଷ ପ୍ରେମରାଜ ପାତ୍ର ଓ କନ୍ତୋଲ ନୋଡାଲ ସ୍କୁଲ ପ୍ରଧାନଶିକ୍ଷକ ଦେବୀପ୍ରସାଦ ମିଶ୍ର ସହଯୋଗ କରିଥିଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories