ନୟାଗଡ଼: ନୟାଗଡ଼ ସଦରଥାନା ଅଧୀନ ଦୁରୁଦୁରା ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ଚୋରାବନ୍ଧୁକ କାରଖାନା ଠାବ କରିଛି। ଏହାସହିତ ଘଟଣାସ୍ଥଳରୁ ଚୋରା ବନ୍ଧୁକ ତିଆରି କରୁଥିବା ସୁଧୀର କୁମାର ବେହେରା (୧୯)କୁ ଗିରଫ କରିଛି। ସୁଧୀରଠାରୁ ୪ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ଓ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏ ଘଟଣା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶଶିଭୂଷଣ ଶତପଥୀ ପ୍ରକାଶ କରିଛନ୍ତି।
ଗୋପୀନାଥପୁର ଗାଁରେ ଦୀର୍ଘ ଦିନ ହେଲା ଚୋରାରେ ଏହି ଦେଶୀ ବନ୍ଧୁକ କାରଖାନା ଚାଲିଥିବା ଅଭିଯୋଗ ହୋଇଆସୁଥିଲା। ତେବେ ଏ ସମ୍ପର୍କରେ ସୂଚନା ପାଇ ଆଜି ସେଠାରେ ପୁଲିସ ଅଚାନକ ଚଢ଼ଉ କରିଥିଲା। ପୁଲିସ ଟିମରେ ଏସଡିପିଓ ସୁଧାକର ସାହୁଙ୍କ ନେତୃତ୍ୱରେ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ସହିତ ଅନ୍ୟାନ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ପୁଲିସ୍ ଆସାମୀକୁ ଆର୍ମସ ଆକ୍ଟରେ ରୁଜୁକରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ଓ ଏପର୍ଯ୍ୟନ୍ତ ସେ କାହାକୁ କାହାକୁ ବନ୍ଧୁକ ବିକି ସାରିଛି ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି ବୋଲି ଏସପି ପ୍ରକାଶ କରିଛନ୍ତି।
ଚୋରା ବନ୍ଧୁକ କାରଖାନା ଉପରେ ଚଢ଼ଉ, ୫ ବନ୍ଧୁକ ଜବତ ଓ ଆସାମୀ ଗିରଫ
Popular Categories



