www.samajalive.in
Tuesday, December 9, 2025
16.1 C
Bhubaneswar

କନିକା ରାଜାଙ୍କ ବିରୁଦ୍ଧରେ ଧାମରାରେ ପ୍ରଜାମେଳି

ଧାମରା: କନିକା ରାଜ ପରିବାର ନାମରେ ଥିବା ନିଜର ଭାଗଚାଷ ଜମିକୁ ନିଜ ନାମରେ ନାମିତ କରିବାକୁ ପୁନଶ୍ଚ ଏହି ଭାଗ ଚାଷୀମାନଙ୍କର ଏକ ଆନ୍ଦୋଳନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏହି ଭାଗ ଚାଷୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନନ୍ତ ବିଶ୍ୱାଳ ଆବାହକତ୍ୱରେ ହୋଇଥିବା ବୈଠକରେ ଶତାଧିକ ଚାଷୀ ଏହି ବୈଠକରେ ଯୋଗ ଦେଇଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ହେବ ଗୋବିନ୍ଦପୁର ମୌଜାରେ ଖାତା ନମ୍ବର ୮୬ରେ ୩୪ ଏକର ଏବଂ ଖାତା ନମ୍ବର ୧୭ରେ କନିକା ରାଜ ପରିବାର ନାମରେ ଥିବା ୩୨ ଏକରକୁ ତତକାଳୀନ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓ ଧାମରା ଅଞ୍ଚଳର ଶତାଧିକ ଚାଷୀଙ୍କୁ ଭାଗଚାଷ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ ଏବଂ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହି ଜମିର ମାଲିକାନାସତ୍ୱ ଭାଗଚାଷୀଙ୍କ ନାମରେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ କେହି ଦଲାଲ ଏହି ସମସ୍ତ ଜମିକୁ ନିଜ ନାମରେ ନାମିତ କରି ପୁନଶ୍ଚ ଏହି ୬୬ ଏକର ଜମିକୁ ପଟ୍ଟନାୟକ ମିନେରାଲ ପ୍ରାଇଭେଟ ଲିମିଟେଡ୍‌ ନାମରେ ବିକ୍ରି କରିଦେଇଛି। ସମ୍ପୃକ୍ତ ଭାଗଚାଷୀଙ୍କ ଅଜ୍ଞାତସାରରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ କୌଣସି ପରିସ୍ଥିତିରେ ସମ୍ପୃକ୍ତ ଭାଗଚାଷୀ ଦୀର୍ଘବର୍ଷ ହେବ ଚାଷ କରି ଆସୁଥିବା ଏହି ଜମିକୁ ନିଜର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଦଖଲରୁ ଛାଡ଼ିବେ ନାହିଁ ବୋଲି ଶପଥ ନେଇଛନ୍ତି। ଏନେଇ ସମସ୍ତ ଭାଗଚାଷୀ ଭଦ୍ରକ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୋଗଙ୍କୁ ଦେଖାକରି ଏକ ଦାବିପତ୍ର ପ୍ରଦାନ କରିବେ ବୋଲି ମତପ୍ରକାଶ ପାଇଛି। ଏହି ଚାଷୀ ମେଳିରେ ନିରଞ୍ଜନ ରାଉତ, ବ୍ରଜ ବେହେରା, ଅନନ୍ତ ବିଶ୍ୱାଳ, ସେକ ନବୀ, ଅର୍ଜୁନ ବାରିକ, ନାରଣ ବାରିକ, ବନମାଳୀ ଦାସ, କୁଶାସନ ବାରିକ, ନିରଞ୍ଜନ ପରିଡା, ଶୈଳ ଜେନା, ପ୍ରଫୁଲ୍ଲ ପରିଡା, ନଟବର ବେହେରାଙ୍କ ସମେତ ବହୁ ଚାଷୀ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories