www.samajalive.in
Sunday, December 7, 2025
15.1 C
Bhubaneswar

ସାଉଥ କୋ ମୁଖ୍ୟଦପ୍ତର ଅଚଳ

ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବ୍ରହ୍ମପୁର ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜକୁ ୧୬ଦିନ ଧରି ଚାଲିଥିବା ଆନ୍ଦୋଳନ ଶନିବାର ତୀବ୍ର ହୋଇଛି। ମୁଖ୍ୟଫାଟକକୁ ବନ୍ଦ କରି ଧାରଣାକାରୀ ଆନ୍ଦୋଳନ କରିବାରୁ ଆଜି
ଦିନସାରା ସାଉଥକୋ କାର୍ଯ୍ୟାଳୟ ଚାଲିପାରିନାହିଁ। ଆନ୍ଦୋଳନରେ ସିପିଏମ୍‍ ରାଜ୍ୟ ସମ୍ପ।।ଦକ ଅଳି କିଶୋର ପଟ୍ଟନାୟକ ସାମିଲ ହୋଇ ଧାରଣାକାରୀଙ୍କୁ ମନୋବଳ ପ୍ରଦାନ କରିବା ସହ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଫେବୃୟାରୀ ୪ ଅର୍ଥାତ ସୋମାବାରଠାରୁ ସାଉଥକୋ କାର୍ଯ୍ୟାଳୟ ସମେତ ସଂଘ ପକ୍ଷରୁ ଓଡ଼ିଶା ବିଧାନସଭା ସମ୍ମୁଖରେ ଧାରଣା ଦେବାକୁ ସଂଘ ନିଷ୍ପତ୍ତି ହୋଇଛି।
ସାଉଥକୋରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ନିମନ୍ତେ ବିଭିନ୍ନ ସୁବିଧାସୁଯୋଗ ଲାଗୁ କରିବାକୁ ଓପିଟିସିଏଲର ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପାଳନ କରିନାହାନ୍ତି। ଅତି ସ୍ୱଳ୍ପ ଦରମାରେ କର୍ମଚାରୀ ମାନେ ବିପଦପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି। ବିଦ୍ୟୁତ ବଣ୍ଟନ କାର୍ଯ୍ୟରେ ନିୟୋଜିତ କମ୍ପାନୀମାନେ ନିୟମିତ କର୍ମଚାରୀ ନିଯୁକ୍ତି କରୁନଥିବା ବେଳେ ଦିନକୁ ଦିନ ଆଉଟସୋର୍ସିଂ କର୍ମଚାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପରିକି ୨୦୧୮ ନଭେମ୍ବର ମାସରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଇନସୋର୍ସ କରାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ସେହିପରି ୨୦୦ ଜଣ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସ୍ଥାୟୀ କାର୍ଯ୍ୟରେ ଅସ୍ଥାୟୀ କର୍ମଚାରୀଙ୍କୁ ନିୟୋଜିତ ବନ୍ଦ କରିବା, ସମାନ କାମକୁ ସମାନ ଦରମା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ପାଉଣା, ପେନସନ ପ୍ରଦାନ ନିମେନ୍ତ ସଂଘ ନିକଟରେ ସାଉଥକୋ କର୍ତ୍ତୃପକ୍ଷ ଚୁକ୍ତି କରିଥିଲେ ମଧ୍ୟ ସେ ଦିଗରେ ପଦକ୍ଷେପ ନିଆଯାଉନାହିଁ। ଏ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବାରମ୍ବାର ଧାରଣା, ଗଣବିକ୍ଷୋଭ ଓ ହରତାଳ ସତ୍ତ୍ବେ ସରକାର ଠୋସ ପଦକ୍ଷେପ ନେଉନାହାନ୍ତି। ତେଣୁ ସଂଘ ପକ୍ଷରୁ ଜାନୁୟାରୀ ୧୮ ତାରିଖରୁ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଧାରଣା ଚାଲୁରହିଛି। କାର୍ଯ୍ୟକାରୀ ସଭାପତି ପଞ୍ଚାନନ ଜେନା, ଉପସଭାପତି ଜବାହାରଲାଲ ବିଷୋୟୀ, ସାଧାରଣ ସମ୍ପାଦକ କାଳୁଚରଣ ପାତ୍ର, ସହକାରୀ ସାଧାରଣ ସମ୍ପାଦକ ନିରଞ୍ଜନ ପାତ୍ରଙ୍କ ନେତୃତ୍ୱରେ କର୍ମଚାରୀମାନେ ଏକତ୍ରିତ ହୋଇ ଧାରଣା ଦେଇଛନ୍ତି। ଆଜି ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଧାରଣାକାରୀମାନେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରିଥିବାରୁ ଦିନସାରା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କାର୍ଯ୍ୟାଳୟ ପରିସରକୁ ଅଧିକାଂଶ କର୍ମଚାରୀ ପ୍ରବେଶ କରିପାରି ନଥିଲେ। ଏକ ନିର୍ଣ୍ଣାୟକ ଆନ୍ଦୋଳନ ପୂର୍ବରୁ ବହୁବାର ସରକାର ଓ ସାଉଥକୋ କର୍ତ୍ତୃପକ୍ଷ ଲିଖିତ ଆକାରରେ ପ୍ରତିଶୃତି ଦେଇ ମଧ୍ୟ ତାହାକୁ କାର୍ଯ୍ୟରେ ପରିଣତ କରୁନାହାନ୍ତି। ତେଣୁ ନ୍ୟାର୍ଯ ଦାବିଗୁଡ଼ିକ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ ରୁପ ନେବ ବୋଲି ସଂଘ ସଭାପତି ତଥା ସିପିଏମ ରାଜ୍ୟ ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଥିଲେ। ଧାରଣାରେ ଯୁଦ୍ଧିଷ୍ଠିର ବେହେରା, କୌଟିଲ୍ୟ ସାହୁ, ଶିବପ୍ରସାଦ ସାହୁ, ପ୍ରତାପ ଚୌଧୁରୀ, ବସନ୍ତ ନନ୍ଦ, ବସନ୍ତ ପଣ୍ଡା , ଏଲ୍‍. ନିରଞନ ପାତ୍ର, ରାକେଶ ସ୍ୱାଇଁ, ସଂଗଠନ ସଂପାଦକ ନକୁଳ ସାସମଲ, ଗୌର ସାହୁ, ବିଜୟ କୁମାର ପଢିଆରୀ, ବସନ୍ତ ନନ୍ଦ, ସଂଜୟ ତ୍ରିପାଠୀଙ୍କ ସମେତ ସାଉଥକୋର ୬ଟି ସର୍କଲର ୧୯ ବିଭାଜନର ଶତାଧିକ ବିଦ୍ୟୁତ ଶ୍ରମିକ କର୍ମଚାରୀ ସାମିଲ ହୋଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories