www.samajalive.in
Tuesday, December 9, 2025
16.1 C
Bhubaneswar

ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ଛତିଶଗଡ଼ରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ରକ୍ତମୁଖା ହୋଇଛନ୍ତି। ମାଓବାଦୀମାନେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କରିଛନ୍ତି। ଛତିଶଗଡ଼ରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରି ତୁମୁଳକାଣ୍ଡ ଭିଆଇବାରେ ଲାଗିଛନ୍ତି। ଗତ କିଛିଦିନ ମଧ୍ୟରେ ମାଓବାଦୀମାନେ ୪ ଜଣଙ୍କୁ ହତ୍ୟା କରିଥିଲେ। ପୁଣି ଜଣଙ୍କୁ ହତ୍ୟା କରିଛନ୍ତି। ଛତିଶଗଡ଼ ଅରନପୁର ଥାନା ଅଞ୍ଚଳରେ ସରପଞ୍ଚ ପ୍ରାର୍ଥୀ ଭାବେ ଯୋଗା ବାରସେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲେ। ଯୋଗାଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ ଧାରୁଆ ଅସ୍ତ୍ରରେ ଗଳା କାଟି ମାଓବାଦୀମାନେ ହତ୍ୟା କରିଛନ୍ତି। ସେହି ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଓ ତଲାସି ଅଭିଯାନକୁ ଜୋରଦାର କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories