www.samajalive.in
Thursday, December 11, 2025
23.1 C
Bhubaneswar

୧୩ରୁ ଏକାଦଶ ଅନ୍ତର୍ଜାତୀୟ ରେଡିଓ ମେଳା

ଭୁବନେଶ୍ୱର: ଆସନ୍ତା ୧୩ ଏବଂ ୧୪ ତାରିଖରେ ଏକାଦଶ ଆଉଟରିଚ ଅନ୍ତର୍ଜାତୀୟ ରେଡ଼ିଓ ମେଳା ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡ଼ିଓ ମେଳା। ଏଥିରେ ଦେଶର ଅନେକ ରେଡିଓ ପ୍ରସାରକ ଓ ଷ୍ଟେସନ ଯୋଗଦେବେ। ପ୍ରସାରଣ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ସମ୍ମାନିତ କରାଯିବ। ମେଳାରେ ୩ ହଜାରରୁ ଅଧିକ ପୁରୁଣା ରେଡ଼ିଓ, ପ୍ରସାରଣ ସାମଗ୍ରୀ, ଗ୍ରାମଫୋନ ପ୍ରଦର୍ଶନ କରାଯିବ। ଫେବୃଆରୀ ୧୩ ତାରିଖ ବିଶ୍ଵ ରେଡିଓ ଦିବସକୁ ସ୍ମରଣୀୟ କରିବା ପାଇଁ ଆଉଟରିଚ ତରଫରୁ ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ ହାମ୍ ରେଡ଼ିଓ ଯୋଗଦେବେ। ରାଜ୍ୟର ଅନେକ କମ୍ୟୁନିଟି ରେଡିଓ ଷ୍ଟେସନ ମଧ୍ୟ ସାମିଲ ହେବେ।

ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ହେବ। ନୃତ୍ୟ, ଗୀତ ଓ ଚିତ୍ରାଙ୍କନ, ରିପୋର୍ଟ ଲିଖନ ସହ ତର୍କ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ। କଲେଜ ଛାତ୍ରଛାତ୍ରୀମାନେ ରେଡିଓ ସମ୍ବାଦ ପଠନ ପ୍ରତିଯୋଗିତାରେ ଭାଗନେଇପାରିବେ। ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

- Advertisement -

ଚଳିତ ବର୍ଷ ରେଡ଼ିଓ ମେଳାରେ ନେପାଳ କମ୍ୟୁନିଟି ରେଡିଓ ପ୍ରସାରକ ସଙ୍ଘ(ACORAB) ସଭାପତି ଅର୍ଜୁନ ଗିରି ଯୋଗଦେବେ। ଏହା ସହ କାଲିନଚୋକ ଏଫଏମର ଜୀବନ ଲାମା, ହଜୁରକୋ ରେଡିଓର ଦୀପକ କୁମାର ଘିମିରେ ଏବଂ ତମାକୋଶୀ ଏଫଏମର ସରୋଜ ରାଜ ସୁବେଦୀ ଓ ରେଡିଓ ନେପାଳର ପ୍ରଦୀପ କାଫଲେ ସାମିଲ ହେବେ।

ଏହି ଅବସରରେ ଲୋକପ୍ରିୟ କଣ୍ଠଶିଳ୍ପୀ ବର୍ଣ୍ଣାଳି ହୋତାଙ୍କୁ ଉପେନ୍ଦ୍ର କୁମାର ପାହାଡ଼ସିଂହ ସ୍ମାରକୀ ପୁରସ୍କାର, ଆକାଶବାଣୀର ଅବସରପ୍ରାପ୍ତ ପ୍ରୋଗ୍ରାମ ଏଗଜିକ୍ୟୁଟିଭ ଅଭୟ ଦାସଙ୍କୁ ନଦିଆ ବିହାରୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ। କେନ୍ଦୁଝରର ରେଡିଓ ଜୁହାରକୁ ଜନ ସେବାରେ ରେଡିଓର ସର୍ବୋକୃଷ୍ଟ ବ୍ୟବହାର ପାଇଁ ସମ୍ମାନିତ କରାଯିବ। ରେଡିଓ ମେଳାରେ ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ ଏବଂ ଭୁବନେଶ୍ବରର ରାଜେନ୍ଦ୍ର ସାହୁ ରେଡ଼ିଓ ସଂଗ୍ରାହକ ଭାବେ ଯୋଗଦେବେ ବୋଲି ରେଡିଓ ମେଳାର ଆୟୋଜକ ସୁବ୍ରତ କୁମାର ପତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହାୟତାରେ ରେଡିଓ ମେଳାରେ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories