www.samajalive.in
Monday, December 8, 2025
20.1 C
Bhubaneswar

ସାମାଜିକ କର୍ମୀ ଆନନ୍ଦ ତେଲତୁମ୍ବଡେ ଗିରଫ ପରେ ମୁକ୍ତ

ମୁମ୍ବଇ : ଭୀମା କୋରେଗାଓଁ-ଏଲଗାର ପରିଷଦ ମାମଲାରେ ପୁଣେ ପୁଲିସ ଦଳିତ ସାମାଜିକ କର୍ମୀ ଡଃ ଆନନ୍ଦ ତେଲତୁମ୍ବଡେଙ୍କୁ ଗିରଫ ପରେ ଖଲାସ କରାଯାଇଛି। ଡଃ ତେଲତୁମ୍ବଡେ କେରଳରୁ ମୁମ୍ବଇ ଆସୁଥିଲାବେଳେ ଶନିବାର ଭୋର ସାଢ଼େ ୩ଟାରେ ମୁମ୍ବଇ ବିମାନବନ୍ଦରରୁ ଗିରଫ ହୋଇଥିଲେ। ବିମାନବନ୍ଦରରେ ତାଙ୍କୁ କିଛି ସମୟ ଜେରା କରାଯିବା ତାଙ୍କୁ ପୁଣେ ନିଆଯାଇ ଅଦାଲତରେ ହାଜର କରାଯାଇଥିଲା। ପୁଣେ ସେସନ୍ସ ଜଜ ତାଙ୍କୁ ଖଲାସ କରିବା ପାଇଁ ନିର୍ଦେଶ ଦେଇଥିଲେ। ତେଲତୁମ୍ବଡେଙ୍କ ଓକିଲ ରୋହନ ନାହାର ଏହି ଗିରଫଦାରିକୁ ବେଆଇନ ଦର୍ଶାଇବା ସହ ସୁପ୍ରିମକୋର୍ଟ ତାଙ୍କୁ ଚଳିତ ମାସ ଫେବୃଆରୀ ପର୍ଯ୍ୟନ୍ତ ସୁରକ୍ଷା ଦେଇଥିବା କହିଥିଲେ। ଗିରଫ ପ୍ରତିବାଦରେ ସେ ଅଦାଲତ ଅବମାନନା ମାମଲା ଦାୟର କରିବେ ବୋଲି କହିଥିଲେ। ଏହାକୁ ଗ୍ରହଣ କରି ବିଚାରପତି ତେଲତୁମ୍ବଡେଙ୍କୁ ଗିରଫ କରାଯିବା ବେଆଇନ ବୋଲି ଦର୍ଶାଇବା ସହ ତୁରନ୍ତ ଖଲାସ କରିବାକୁ ନିର୍ଦେଶ ଦେଇଥିଲେ। ଶୁକ୍ରବାର ପୁଣେସ୍ଥିତ ସ୍ବତନ୍ତ୍ର ଅଦାଲତରେ ସେ ଆଗୁଆ ଜାମିନ ଆବେଦନ କରିଥିଲେ। ଶନିବାର ଏହା ଖାରଜ ହେବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାମରେ ମାଓବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗ ରହିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories