www.samajalive.in
Monday, December 8, 2025
20.1 C
Bhubaneswar

ପାକିସ୍ତାନକୁ ୨୫୦କୋଟି ଡଲାର ଦେବ ଚୀନ୍‌

ଇସଲାମାବାଦ : ପାକିସ୍ତାନର ବୈଦେଶିକ ମୁଦ୍ରାପାଣ୍ଠିକୁ ବଳିଷ୍ଠ କରିବା ପାଇଁ ଚୀନ୍‌ ୨୫୦କୋଟି (୨.୫ବିଲିୟନ) ଆମେରିକୀୟ ଡଲାର ସହାୟତା ଦେବ। ପାକିସ୍ତାନ ସମ୍ପ୍ରତି ବୈଦେଶିକ ଋଣ ଭାରରେ ବୁଡ଼ି ରହିଥିବାବେଳେ ଏହାର ବୈଦେଶିକ ମୁଦ୍ରାପାଣ୍ଠି ଶୁଷ୍କ ହୋଇପଡ଼ିଛି। ପାଣ୍ଠିରେ ସମ୍ପ୍ରତି ଆନ୍ତର୍ଜାତିକ ମୁଦ୍ରାପଣ୍ଠି ଓ ବିଶ୍ବବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ସର୍ବନିମ୍ନ ପରିମାଣଠାରୁ କମ୍‌ ଅର୍ଥ ରହିଛି। ଏହା ୮୧୨ କୋଟି ଡଲାର ବୋଲି ପାକିସ୍ତାନ ଦର୍ଶାଉଛି। ସେଥିପାଇଁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ବବ୍ୟାଙ୍କ କିମ୍ବା ଏସିଆନ୍‌ ଡେଭେଲପମେଣ୍ଟ ବ୍ୟାଙ୍କ ଭଳି କୌଣସି ସଂସ୍ଥା ପାକିସ୍ତାନକୁ ଋଣ ଦେବାକୁ ରାଜି ହେଉ ନାହାନ୍ତି। ଏଭଳି ପରିସ୍ଥିତିରୁ ଉଦ୍ଧାର ପାଇଁ ଚୀନ୍‌, ସାଉଦିଆରବ ଓ ୟୁନିଇଟେଡ ଆରବ ଏମିରେଟ୍ସ (ୟୁଏଇ)ଠାରୁ ୧୪୫୦ ‌େ​କ‌ାଟି ଆମେରିକୀୟ ଡଲାର ସହାୟତା ପାଇବାକୁ ଆଶା ରଖିଛି। ଏହି ସବୁ ଅର୍ଥ ପାକିସ୍ତାନକୁ ଋଣ ଆକାରରେ ମିଳିବ। ପାକିସ୍ତାନର ସର୍ବକାଳୀନ ବନ୍ଧୁ ଚୀନ୍‌ ଏବେ ଏହି ଆର୍ଥିକ ପରିସ୍ଥିତିରୁ ଦେଶକୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଛି। ଏହା ଦ୍ବାରା ଚଳିତ ଆର୍ଥିକ ବର୍ଷରେ ପାକିସ୍ତାନକୁ ଚୀନ୍‌ର ସହାୟତା ପରିମାଣ ୪୫୦କୋଟି ଡଲାରରେ ପହଞ୍ଚିଛି। ପୂର୍ବରୁ ଜୁଲାଇ ମାସରେ ୨୦୦କୋଟି ଡଲାର ଋଣ ଦେଇଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ଇ୍ରମାନ ଖାଁ ଉପରୋକ୍ତ ତିନି ରାଷ୍ଟ୍ର ଗସ୍ତ କରି ତୁରନ୍ତ ସହାୟତା ପାଇଁ ନିବେଦନ କରିଥିଲେ। ଏହିକ୍ରମରେ ସାଉଦିଆରବ ୬୦୦କୋଟି ଡଲାର ପାଇଁ ପ୍ରତିଶ୍ରୁତି ଦେଇଥିଲା ଏବଂ ଇତିମଧ୍ୟରେ ଏହାର ଅଧା ଦେଇ ସାରିଲାଣି। ଅପରପକ୍ଷରେ ୟୁଏଇ ୩ପ୍ରତିଶତ ସୁଧରେ ୩୦୦କୋଟି ଡଲାର ଋଣ ଯୋଗାଇଦେବାକୁ କହିଥିଲାବେଳେ ବର୍ତ୍ତମାନ ସୁଦ୍ଧା ୧୦୦କୋଟି ଡଲାର ଦେଇସାରିଲାଣି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories