www.samajalive.in
Tuesday, December 9, 2025
17.1 C
Bhubaneswar

ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲା। ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ଵଓ୍ବାନ୍ କୁ ଗୌହାଟୀରୁ ପୁଲିସ୍ ଗିରଫ କରିଛି। ଘଟଣାରେ ଉତ୍ତରାଞ୍ଚଳ ଆଇଜି କହିଛନ୍ତି ଅଭିଯୁକ୍ତକୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ। ସୂଚନା ମୂତାବକ ଜାନୁଆରୀ ୩ ତାରିଖରେ ଲୁଟେରାମାନେ ଅଇଁଠାପାଲି ଅନ୍ତର୍ଗତ ବୁଢାରଜା ଛକ ସ୍ଥିତ ମଣପୁରମ୍‌ ଗୋଲ୍ଡରୁ ବିପୁଳ ସୁନା ଅଳଙ୍କାର ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଲୁଟେରାମାନେ ବାଇକ୍‌ରେ ଆସିଥିଲେ ଓ ବନ୍ଧୁକ ଦେଖାଇ ପ୍ରାୟ ୩୦ କେଜି ସୁନା ଲୁଟ୍‌ କରିଥିଲେ।  ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ  ତଦନ୍ତ ଆରମ୍ଭ କରିଥିଲା। ପୂର୍ବରୁ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗୌହାଟୀରୁ ଗିରଫ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories