www.samajalive.in
Monday, December 8, 2025
27.1 C
Bhubaneswar

ବଜେଟ୍‍ ୨୦୧୯ : ୧୦ରୁ ଅଢେଇ ନମ୍ବର ଦେଲେ ନବୀନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ୱାରା ଶୁକ୍ରବାର ଉପସ୍ଥାପନ କରାଯାଇଥିବା ଅନ୍ତରୀଣ ବଜେଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ଏହି ବଜେଟରେ ଟିକସ ପ୍ରକିୟା, ଟିକସ୍‍ ଛାଡ ସୀମା ୫ଲକ୍ଷ ଟଙ୍କା ବୃଦ୍ଧି, କୃଷକ ପାଇଁ ସହାୟତା ଘୋଷଣାକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି। କାଳିଆ ଯୋଜନା ଭଳି କୃଷକଙ୍କୁ ସହାୟତା ମିଳିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି।
ଏହାଛଡା ଭାଗିଚାଷୀ, ଭୂମିହୀନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବା ମଧ୍ୟ ସେ କହିଛନ୍ତି। ଅନୂସୁଚିତ ଜାତି ଓ ଜନଜାତି ମାନଙ୍କ ଆବଣ୍ଟନ ନେଇ ଅସନ୍ତୋଷ ଦେଖାଦେଇଛି। ଏମ୍‍ଏସ୍‍ଇରେ ଘୋଷଣା ହୋଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ବୋଲି ନବୀନ କହିଛନ୍ତି। ନବୀନ ୧୦ ନମ୍ବରରୁ ଅଢେଇ ନମ୍ବର ଦେଇଛନ୍ତି। ସାଧାରଣ ଭତ୍ତା ରାଶିରେ କିଛି ସୁଧାର ନ ଆସିବା ନିରାଶ କରିଥିବା ସେ କହିଛନ୍ତି। ମନରେଗାରେ ଅନୁଦାନ କମିଛି, ମଜୁରୀ ଦେବାରେ ସମସ୍ୟା ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories