www.samajalive.in
Monday, December 8, 2025
27.1 C
Bhubaneswar

ଆମେରିକାରେ ତୁଷାରପାତ: ୨୧ମୃତ

ୱାଶିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକାରେ ଭୟଙ୍କର ଶୀତ ଲହରୀ ଅନୁଭୂତ ହେଉଛି। ପ୍ରବଳ ତୁଷାରପାତ ସହିତ ତାପମାତ୍ରା ବିଯୁକ୍ତ ୪୯ଡିଗ୍ରୀରେ ପହଞ୍ଚିଛି। ଦେଶର ମଧ୍ୟ-ପଶ୍ଚିମାଞ୍ଚଳ ଓ ଉତ୍ତର-ପୂର୍ବାଞ୍ଚଳରେ ପରିସ୍ଥିତି ଏମିତି ହୋଇଛି ଯେ ଏହା ମେରୁ ଅଞ୍ଚଳ ଭଳି ଲାଗୁଛି। କେତେକ ସ୍ଥାନରେ ତାପମାତ୍ରା ବିଯୁକ୍ତ ୫୬ଡିଗ୍ରୀ ଛୁଇଁଛି। ଜଳାଶୟଗୁଡ଼ିକ ଏବେ ବରଫ ପଡ଼ିଆରେ ପରିଣତ ହୋଇଛି। ଏଥିରେ ୧୦ ନିୟୁତ ଜନତା ପ୍ରଭାବିତ ହୋଇଥିବାବେଳେ ବରଫପାତରେ ପ୍ରାୟ ୨୧ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତୁଷାରମାଡ଼ରେ ବହୁ ଲୋକ ଆଘାତପ୍ରାପ୍ତ ହୋଇଛନ୍ତି। ସିକାଗୋରେ ମୃତାହତଙ୍କ ସଂଖ୍ୟା ଅଧିକ ରହିଛି। ଏଠାରେ କେବଳ ୧୨ଜଣଙ୍କ ମୃତ୍ୟୁ ହୋଇଛି ଓ ୩୦ଜଣ ଆହତ ହୋଇଛନ୍ତି। ମିଚିଗାନ୍‌ରେ ମଧ୍ୟ ପରିସ୍ଥିତି ଜଟିଳ ରହିଛି। ଜାତୀୟ ପାଣିପାଗ ସେବା ସଂସ୍ଥାର ସୂଚନାନୁଯାୟୀ, ଏଭଳି ଅବସ୍ଥା ଆଉ କିଛି ଦିନ ଜାରି ରହିବ। ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଇ ଦିଯିବା ସହ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଦୀର୍ଘ ୪ଦିନ ଧରି ପାଗ ପ୍ରତିକୂଳ ରହିଥିବାବେଳେ ଦୁଇ ଦିନ ହେଲା ଏହା ଉଗ୍ର ହେବାରୁ ୨ହଜାରରୁ ଅଧିକ ବିମାନ ସେବା ବାତିଲ କରାଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories