www.samajalive.in
Monday, December 8, 2025
14.1 C
Bhubaneswar

ମହାକୁମ୍ଭରେ ସ୍ବାମୀଙ୍କୁ ଅଘୋରୀ ରୂପରେ ଦେଖି ସ୍ତ୍ରୀ ଚକ୍କିତ, ୨୭ ବର୍ଷ ତଳେ ହୋଇଥିଲେ ନିଖୋଜ

ସମାଜ ଡିଜିଟାଲ ଡେସ୍କ:  ୨୭ ବର୍ଷ ତଳେ ନିଖୋଜ ହୋଇଯାଇଥିବା ସ୍ବାମୀଙ୍କୁ ମହାକୁମ୍ଭରେ ଫେରିପାଇଛନ୍ତି ସ୍ତ୍ରୀ। ହେଲେ ସେ କୌଣସି ସାଧାରଣ ବ୍ୟକ୍ତି ନ ଥିଲେ। ୨୭ ବର୍ଷ ପରେ ସେ ଅଘୋରୀ ବନିଯାଇଥିଲେ। ଅଘୋରୀ ରୂପରେ ସ୍ବାମୀଙ୍କୁ ଦେଖିଥିଲେ ସ୍ତ୍ରୀ। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଘଟଣା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ୧୯୯୮ରେ ନିଖୋଜ ହୋଇଯାଇଥିବା ଗଙ୍ଗାସାଗର ଯାଦବ ଏବେ ସାଧୁ ହୋଇଯାଇଛନ୍ତି। ସେ ଏବେ ବାବା ରାଜକୁମାର ନାମରେ ପରିଚିତ। ତାଙ୍କ ବୟସ ୬୫ ବର୍ଷ ହେବ। ଗଙ୍ଗାସାଗର ୧୯୯୮ରେ ପଟନା ଯାଇଥିଲେ। ହଠାତ ସେଠାରୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନ ଥିଲା। ତାଙ୍କ ସ୍ତ୍ରୀ ଧନୱା ଦେବୀ ବହୁ ସଂଘର୍ଷ କରି ଦୁଇ ପୁଅ କମଲେଶ ଓ ବିମଲେଶଙ୍କୁ ଲାଳନପାଳନ କରାଇଥିଲେ।

- Advertisement -

ଗଙ୍ଗାସାଗରଙ୍କ ଛୋଟ ଭାଇ ମୁରଲି ଯାଦବ କହିଛନ୍ତି ଯେ, ଆମେ ଭାଇଙ୍କୁ ପାଇବାର ଆଶା ହରାଇ ସାରିଥିଲୁ। କିନ୍ତୁ ଆମର ଜଣେ ସମ୍ପର୍କୀୟ କୁମ୍ଭ ମେଳାରେ ଜଣେ ସାଧୁଙ୍କୁ ଭେଟିଥିଲେ, ଯିଏ ଗଙ୍ଗାସାଗରଙ୍କ ପରି ଦେଖାଯାଉଥିଲେ। ସେ ତାଙ୍କ ଫଟୋ ଉଠାଇ ଆମକୁ ପଠାଇଥିଲେ। ଫଟୋ ଦେଖି ତାଙ୍କ ସ୍ତ୍ରୀ ଏବଂ ଦୁଇ ପୁଅ କୁମ୍ଭ ମେଳାରେ ପହଞ୍ଚିଥିଲେ। ସ୍ତ୍ରୀ ଧନୱା ଦେବୀ ବାବା ରାଜକୁମାରଙ୍କୁ ଦେଖି ସେ ତାଙ୍କ ସ୍ବାମୀ ବୋଲି ଚିହ୍ନଟ କରିଥିଲେ। କିନ୍ତୁ ବାବା ତାଙ୍କ କଥାକୁ ଗ୍ରହଣ କରି ନ ଥିଲେ। ଗଙ୍ଗାସାଗର ନାମରେ ତାଙ୍କୁ କୌଣସି ପରିଚୟ ନାହିଁ ବୋଲି କହିଥିଲେ। କିନ୍ତୁ ପାରିବାର ଲୋକେ ତାଙ୍କ ଶରୀରରେ ଥିବା କିଛି ଚିହ୍ନ ଦେଖି ତାଙ୍କୁ ଚିହ୍ନଟ କରିଥିଲେ। ମୁରଲି କହିଛନ୍ତି, ସେମାନେ ମହାକୁମ୍ଭ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବେ। ଦରକାର ପଡ଼ିଲେ ବାବାଙ୍କର ଡିଏନଏ ପରୀକ୍ଷା କରାଇ ସତ୍ୟତା ସାମ୍ନାକୁ ଆଣିବେ। ଯଦି ସେମାନଙ୍କ ଦାବି ଭୁଲ ହୁଏ, ତେବେ ସେମାନେ ବାବାଙ୍କୁ କ୍ଷମା ମାଗିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories