www.samajalive.in
Tuesday, December 9, 2025
17.1 C
Bhubaneswar

ବାସସ୍ଥାନ ଆଧାରରେ ଡାକ୍ତରୀ ପିଜି ସିଟ୍‌ ସଂରକ୍ଷଣକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଡାକ୍ତରୀ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ବାସସ୍ଥାନ ଆଧାରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଯେଉଁ ସିଟ୍ ସଂରକ୍ଷଣ ବ୍ୟବସ୍ଥା ରହିଥିଲା ତାହାକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ।
ବିଚାରପତି ହୃଷୀକେଶ ରାୟ, ସୁଧାଂଶୁ ଧୁଲିଆ ଏବଂ ଏସ୍‌ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ପୀଠ ନିଜ ରାୟରେ ଦର୍ଶାଇଥିଲେ ଯେ ଜଣେ ବିଦ୍ୟାର୍ଥୀ ଯେଉଁ ରାଜ୍ୟର ବାସିନ୍ଦା ହୋଇଥିବେ ତାଙ୍କ ନିମନ୍ତେ ସେହି ରାଜ୍ୟରେ ଡାକ୍ତରୀ ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଯେଉଁ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହା ସମ୍ବିଧାନର ଧାରା ୧୪କୁ ଉଲ୍ଲଙ୍ଘନ କରୁଛି। ତେଣୁ ବାସସ୍ଥାନ ଆଧାରରେ ସିଟ୍‌ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ଡାକ୍ତରୀ ପିଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହେଉଥିବା ପରୀକ୍ଷା ନମ୍ବର ଆଧାରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ସୁଯୋଗ ମିଳିବା ଅଧିକ ଯୁକ୍ତିଯୁକ୍ତ। ଆମ ସମସ୍ତଙ୍କର ବାସସ୍ଥାନ ହେଉଛି ଭାରତ। ତେଣୁ ରାଜ୍ୟ ଭିତ୍ତିରେ ବାସସ୍ଥାନ ନିରୂପଣ କରାଯିବା ବ୍ୟବସ୍ଥା ଉଚିତ୍‌ ନୁହେଁ। ଦେଶର ଯେ କୌଣସି ସ୍ଥାନରେ ରହିବା ଏବଂ ଯେ କୌଣସି ପେସା ଆପଣାଇବା ପ୍ରତ୍ୟେକ ନାଗରିକଙ୍କ ଅଧିକାର। ସେହିପରି ଜଣେ ବିଦ୍ୟାର୍ଥୀ ଦେଶର ଯେକୌଣସି ଶିକ୍ଷାନୁଷ୍ଠାନରେ ପଢ଼ିବା ପାଇଁ ଆବେଦନ କରିପାରିବ। ସ୍ନାତକ ପୂର୍ବବର୍ତ୍ତୀ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ରାଜ୍ୟ ତରଫରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବେ। ତେବେ ଡାକ୍ତରୀ ପିଜି ଭଳି ଉଚ୍ଚତର ଶିକ୍ଷା କ୍ଷେତ୍ରରେ ବାସସ୍ଥାନ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ଅନୁଚିତ୍‌। ସୂଚନାଥାଉ କି ୨୦୧୯ରେ ଡାକ୍ତରୀ ପିଜି ପାଠ୍ୟକ୍ରମରେ ବାସସ୍ଥାନ ଆଧାରରେ ସ୍ଥାନ ସଂରକ୍ଷଣକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories