www.samajalive.in
Saturday, December 6, 2025
26.1 C
Bhubaneswar

କାନାଡ଼ାବାସୀଙ୍କୁ ଟ୍ରମ୍ପଙ୍କ ବଡ଼ ଅଫର

ସମାଜ ଡିଜିଟାଲ ଡେସ୍କ: କାନାଡ଼ାକୁ ଆମେରିକାରେ ମିଶାଇ ଦେଶର ୫୧ତମ ରାଜ୍ୟ କରିବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି କ୍ରମରେ ସେ କାନାଡ଼ାବାସୀଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛନ୍ତି। ଦୁଇଦେଶ ମିଶିଗଲେ କାନାଡ଼ାର ଜନସାଧାରଣଙ୍କୁ ବହୁ ସୁବିଧା ମିଳିବ ବୋଲି ଟ୍ରମ୍ପ କହିଛନ୍ତି। କାନାଡ଼ାରେ ନାଗରିକଙ୍କଠାରୁ ବହୁ ପରିମାଣର ଟିକସ ସଂଗ୍ରହ କରାଯାଉଥିବାରୁ ସେଥିରେ ବଡ଼ ରିହାତି ଦିଆଯିବ। ଏହା ସହିତ ସାମରିକ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ କାନାଡ଼ାବାସୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି।

ଉତ୍ତର କାରୋଲିନାର ଆଶେଭିଲ୍ଲେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବାତ୍ୟା ହେଲେନ ଯୋଗୁ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ଟ୍ରମ୍ପ ଆଶେଭିଲ୍ଲେ ଯାଇଥିବାବେଳେ ଗଣମାଧ୍ୟମ ଆଗରେ କାନାଡ଼ାକୁ ଆମେରିକାରେ ମିଶ୍ରଣ ନେଇ ତାଙ୍କ ଯୋଜନା ବିଷୟରେ ପ୍ରକାଶ କରିଥିଲେ। କାନାଡ଼ାର ମିଶ୍ରଣ ହେଲେ ସେଠାକର ବ୍ୟାବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ସେମାନଙ୍କୁ କୌଣସି ପ୍ରକାର ଟିକସ ନେଇ ଚିନ୍ତା କରିବାକୁ ପଡ଼ିବ ନାହିଁ ବୋଲି ଟ୍ରମ୍ପ କହିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories