www.samajalive.in
Monday, December 8, 2025
27.1 C
Bhubaneswar

ଆସସ୍ ଜେନଫୋନ ମାକ୍ସ ପ୍ରୋ ଏମ୍‍-୨ର ବଜାର ପ୍ରବେଶ

ନୂଆଦିଲ୍ଲୀ : ଆସସ୍‍ ତାର ନୂଆ ସ୍ମାର୍ଟଫୋନ ଆସସ୍‍ ଜେନଫୋନ ମାକ୍ସ ପ୍ରୋ ଏମ୍‍-୨ ଭାରତରେ ଲଞ୍ଚ କରିଛି। ଏହି ଫୋନଟି ବର୍ତ୍ତମାନ ଅନଲାଇନ ଷ୍ଟୋର ଫ୍ଲିପକାର୍ଟରେ ଉପଲବ୍ଧ ରହିଛି। ଆସସ୍‍ ଜେନଫୋନ ମାକ୍ସ ପ୍ରୋ ଏମ୍‍-୨ର ଟାଇଟେନିୟମ୍‍ ମଡେଲର ୩ଜିବି ରାମ, ୩୨ ଜିବି ଷ୍ଟୋରେଜର ମୂଲ୍ୟ ୧୨,୯୯୯ଟଙ୍କା, ଏହାର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୪,୯୯୯ଟଙ୍କା ଏବଂ ଏହାର ୬ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜର ମୂଲ୍ୟ ୧୬,୯୯୯ଟଙ୍କା।

courtesy-the indian express

ଫୋନରେ ଡୁଆଲ ନେନୋ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ଓରିୟୋ ୮.୧ ରହିଛି। ଏଥିରେ ୬.୨୬ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୮୦ପିକ୍ସଲ ଏବଂ ଆସପେକ୍‍ଟ ରେଶିୟୋ ୧୯:୯ ରହିଛି। ଡିସପ୍ଲେ ଉପରେ କନିଙ୍ଗ କରିଲା ଗ୍ଲାସ ୬ର ପ୍ରୋଟେକ୍ସନ ମଧ୍ୟ ଦିଆଯାଇଛି। ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୬୬୦ପ୍ରୋସେସର ରହିଛି।

- Advertisement -
courtesy-fonearena.com

ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ରହିଛି ଯେଉଁଥିରୁ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର ସୋନି ଆଇଏମ୍‍ଏକ୍ସ ସେନସର ଏବଂ ଏହାର ଅଫର୍ଚର ଏଫ୍‍/୧.୮ରହିଛି। ସେହିଭଳି ଅନ୍ୟକ୍ୟାମେରାଟି ୫ମେଗାପିକ୍ସେଲର ରହିଛି। ଏଥିରେ ଥିବା ରିୟର କ୍ୟାମେରାରେ ୪କେ ଭିଡିଓ ରେକର୍ଡ କରିପାରିବ। ଫୋନର ଆଗପଟ କ୍ୟାମେରା ୧୩ମେଗାପିକ୍ସେଲର ରହିଛି। ଯାହାର ଅଫର୍ଚର ଏଫ୍‍/୨.୦। ଉଭୟ କ୍ୟାମେରା ସହିତ ଫ୍ଲାସଲାଇଟର ସୁବିଧା ମଧ୍ୟ ଦିଆଯାଇଛି। ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍‍, ଏଫ୍‍ଏମ୍‍ ରେଡିଓ ଏବଂ ୩.୫ଏମ୍‍ଏମ୍‍ ର ହେଡଫୋନ ଜ୍ୟାକ୍‍ ମିଳିବ। ଫୋନରେ ଟିପଚିହ୍ନ ସେନସର ସହିତ ୫୦୦୦ଏମ୍‍ଏଚର ବ୍ୟାଟେରୀ ଦିଆଯାଇଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories