www.samajalive.in
Tuesday, December 9, 2025
16.1 C
Bhubaneswar

ମାଓବାଦୀଙ୍କ ଭାରତ ବନ୍ଦ ଡ଼ାକରା : ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ

କୋଟଗଡ/ରାୟଗଡ଼ା/ମାଲକାନଗିରି : ମାଓବାଦୀଙ୍କ ପ୍ରତିରୋଧ ଦିବସ ପାଳନ ଅବସରରେ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। କନ୍ଧମାଳ ଜିଲା କୋଟଗଡ ଥାନା ଅନ୍ତର୍ଭୁକ୍ତ ବଣ୍ଡାପିପିଲି ଓ ଦୁର୍ଗାପଙ୍ଗା ମଧ୍ୟରେ ଗଛପକାଇ ମୁଖ୍ୟରାସ୍ତା ଅବରୋଧ କରିଛନ୍ତି। ମାଓବାଦୀ ସଙ୍ଗଠନ ପକ୍ଷରୁ ଜାନୁଆରୀ ୨୫-୩୦ କୁ ପ୍ରତିରୋଧ ଦିବସ ରୂପେ ପାଳନ କରାଯାଇଥିବା ବେଳେ ୩୧ରେ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି।

- Advertisement -

ଏହି ପୋଷ୍ଟରରେ ମୋଦୀ-ନବୀନ ସରକାରକୁ ଆଦିବାସୀ ଦଳିତ ସଂହାରକାରୀ ଭାବେ ଅଭିହିତ କରାଯାଇଥିବା ବେଳେ, କନ୍ଧମାଳ ଏସ.ପି.ଗିରଫ କରିଥିବା ସାତ ଜଣଙ୍କୁ ତୁରନ୍ତ ଖଲାସ, କୁନ୍ଦୁଲି, ଗୁମୁଡୁମାହା, ପାଙ୍ଗାଲପଦର, ନିସାନଗୁଡା, ନିୟମଗିରୀ, ସୁନାବେଡା ଘଟଣାରେ ସମ୍ପୃକ୍ତ ଦୋଷୀ ପୁଲିସ ଅଧିକାରୀଙ୍କୁ ଦଣ୍ଡ, ଆଣ୍ଟି ନକ୍ସଲ ପିପୁଲ୍ସ ପିସ ଫୋର୍ସକୁ ବିରୋଧ ଭଳି ଏକାଧିକ ଦାବି ଉଲ୍ଲେଖ କରିଛନ୍ତି। ଏହି ବ୍ୟାନର ବାଘନା ଡିଭିଜନାଲ କମିଟି, ଓଡିଶା ମାଓବାଦୀ ପକ୍ଷରୁ ଜାରି କରାଯାଇଛି। ବଡ଼ ବଡ଼ ଗଛ ଦ୍ବାରା ରାସ୍ତା ଅବରୋଧ କରାଯାଇଥିବାରୁ ଗାଡି ମୋଟର ବନ୍ଦରହିବା ସହ କୋଟଗଡରୁ ମୁନିଗୁଡା ଯାତାୟତ ସମ୍ପୂର୍ଣ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣା ସମ୍ପର୍କରେ ନଜର ରଖାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି।

ସେହିପରି ରାୟଗଡ଼ା ଜିଲା ବିଷମକଟକ ଥାନା ଚାରିକୋଣା ନିକଟରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏଠାରେ ମଧ୍ୟ ସମାନ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ଅବରୋଧ ଯୋଗୁଁ ପ୍ରାୟ ୧ଘଣ୍ଟା ଧରି ରାୟଗଡ଼ା-ବିଷମକଟକ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ବିଷମକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ ଯାତାୟତ ସ୍ବାଭାବିକ ହୋଇଛି।

ମାଲକାନଗିରି ଜିଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।

ଜିଲାର ଚିତ୍ରକୋଣ୍ଡା ବ୍ଲକ୍ ରାଳେଗୋଡ଼ା ପଞ୍ଚାୟତରେ ଓଡ଼ିଆ ଓ ତେଲୁଗୁ ଭାଷାରେ ଲିଖିତ ମାଓ ପୋଷ୍ଟର ଓ ବ୍ୟାନର ମଧ୍ୟ ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories