ନୂଆଦିଲ୍ଲୀ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା। ଆଜି ମୁମ୍ବାଇ ପୁଲିସ୍ ଅଭିଯୁକ୍ତ କୁ ନେଇ ସୈଫଙ୍କ ଘରେ ସିନ୍ ରିକ୍ରିଏସନ୍ କରିବ। କିପରି ସନ୍ଦିଗ୍ଧ ଜଣକ ୧୨ ମହଲା ଉପରକୁ ପ୍ରବେଶ କଲା , କିପରି ସୈଫ୍ ଙ୍କୁ ଆକ୍ରମଣ କଲା , ସବୁ କିଛି କ୍ରାଇମର ହେବ ରିକ୍ରିଏସନ୍। ତେବେ ପୁଲିସ୍ ଶନିବାର ଦିନ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ବାଂଲାଦେଶୀ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତର ପ୍ରକୃତ ନାମ ମହମ୍ମଦ ସରିଫୁଲ ସଜ୍ଜାଦ। ସେ ୫ରୁ ୬ ମାସ ହେବ ମୁମ୍ବଇରେ ବିଜୟ ଦାସ ନାମରେ ରହୁଥିଲା ବୋଲି ମୁମ୍ବଇ ଜୋନ-୯ ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ତା’ ନିକଟରେ କୌଣସି ବୈଧ ଭାରତୀୟ କାଗଜପତ୍ର ନ ଥିବା ପୁଲିସ କହିଛି। ଚୋରି କରିବାକୁ ହିଁ ସେ ସୈଫଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୪ ଦିନ ତଳେ ସୈଫଙ୍କ ଘରେ ଜଣେ ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଫେରାର ହେବା ସମୟରେ ସିଡ଼ିରେ ଲାଗିଥିବା ସିସିଟିଭି କ୍ୟାମେରାରେ ତା’ ଚେହେରା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଥିଲା। ଶେଷରେ ଥାଣେ ଅଞ୍ଚଳରୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।
Popular Categories



