www.samajalive.in
Monday, December 8, 2025
20.1 C
Bhubaneswar

ଶୋଇଥିବାବେଳେ ଜଳିଗଲା ଘର: ୪ ମୃତ, ମୃତକଙ୍କ ମଧ୍ୟରେ ଶିଶୁ ଥିବା ସୂଚନା

ଉତ୍ତରପ୍ରଦେଶ: ଗାଜିଆବାଦର କଞ୍ଚନ ପାର୍କ କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ। ଘରେ ନିଆଁ ଲାଗି ଜଳିଗଲେ ଗୋଟିଏ ପରିବାରର ସଦସ୍ୟ। ଗତକାଲି ରାତିରେ ଗାଜିବାଦ ଅଞ୍ଚଳରେ ଥିବା ଏକ ଘରେ ଶୋଇଥିବା ଅବସ୍ଥାରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଅଗ୍ନିକାଣ୍ଡରେ ୩ ଶିଶୁଙ୍କ ସମେତ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡଟି ଏତେ ଭୟଙ୍କର ଥିଲା ଯେ ଖୁବ୍ କମ୍ ସମୟ ମଧ୍ୟରେ ଦୁଇ ମହଲା ପର୍ଯ୍ୟନ୍ତ ନିଆଁ ବ୍ୟାପି ଯାଇଥିଲା। ଫଳରେ ପରିବାର ଲୋକ ଅଣନିଃଶ୍ଵାସୀ ହୋଇପଡିଥିଲେ। ଘଟଣାସ୍ଥଳରେ ୪ ଜଣଙ୍କର ଜୀବନ ଚାଲି ଯାଇଥିବାବେଳେ ଅନ୍ୟ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଘର ଭିତରେ ମୋଟ୍ ୮ ଜଣ ସଦସ୍ୟ ରହିଥିବା ସୂଚନା ମିଳିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories