www.samajalive.in
Sunday, December 7, 2025
14.1 C
Bhubaneswar

ଅଶ୍ଳୀଳ ନୃତ୍ୟରେ ଲାଗିବ ଲଗାମ୍ ! ଖୁବ୍ ଶୀଘ୍ର ଆସିବ ମାର୍ଗଦର୍ଶିକା

ଭୁବନେଶ୍ଵର : ଖୁବ୍ ଶୀଘ୍ର ଅଶ୍ଳୀଳ ନୃତ୍ୟରେ ଲାଗିବ ଲଗାମ୍। ତେବେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ। ସେ ଯାତ୍ରା ମାଲିକମାନଙ୍କୁ କଠୋର ଆଇନ ନ ନେବାକୁ ଅନୁରୋଧ କରିଛନ୍ତି। କଠୋର ଆଇନ୍ ହେବା ପୂର୍ବରୁ କିଛି ସମୟ ମାଗିଛନ୍ତି।  ପୁଲିସ୍ ବିଭାଗ ଏବଂ ଗୃହ ବିଭାଗ ଆଇନ୍ ଶୃଙ୍ଖଳା ଦିଗକୁ ଦୃଷ୍ଟି ଆକର୍ଷଣ କରୁଛି। ଖୁବ୍ ଶୀଘ୍ର ଅଶ୍ଳୀଳତାକୁ ନେଇ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହେବାକୁ ଯାଉଛି। ଏ ନେଇ ଯାତ୍ରା କମିଟି, କଳାକାର ଏବଂ ମାଲିକଙ୍କ ସହ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି। ତେବେ ଚଳିତବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ  ନୃତ୍ୟ ବନ୍ଦକୁ ନେଇ ଖଣ୍ଡଗିରି ଯାତ୍ରା କମିଟି ଏବଂ କମିଶନରେଟ ପୁଲିସ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ପାଇଁ ଯାତ୍ରା କମିଟିଗୁଡିକୁ ମନା କରାଯାଇଥିଲା। ଯାତ୍ରା କମିଟି ସଦସ୍ୟ ଓ କମିଶନରେଟ ପୁଲିସ ବୈଠକରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନ କରିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories