www.samajalive.in
Monday, December 8, 2025
13.1 C
Bhubaneswar

୨୩ ତାରିଖରେ ୬ ମାସ ପୂରିବାକୁ ଯାଉଛି ଅନାସ୍ଥା ଭୋଟ, ସାନି ନିର୍ବାଚନ ନେଇ ଚର୍ଚ୍ଚା

ଫୁଲବାଣୀ:ଫୁଲବାଣୀ ପୌରାଧ୍ୟକ୍ଷା ପଦବୀ ପାଇଁ ହୋଇଥିବା ଅନାସ୍ଥା ଭୋଟକୁ ଆସନ୍ତା ୨୩ ତାରିଖରେ ୬ ମାସ ପୂରିବାକୁ ଯାଉଛି। ନିୟମ ଅନୁଯାୟୀ ଯେ କୌଣସି ନିର୍ବାଚିତ ଜନ ପ୍ରତିନିଧି ପଦବୀ ଖାଲି ହେବାର ୬ ମାସ ମଧ୍ୟରେ ସାନି ନିର୍ବାଚନ ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୦ ତାରିଖରେ ଫୁଲବାଣୀ ମ୍ୟୁନିସିପାଲିଟିର ତତ୍କାଳୀନ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ବିରୋଧରେ ୧୧ ଜଣ କାଉନସିଲର ଅନାସ୍ଥା ଆଣିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଉପରେ ଜୁଲାଇ ୨୩ ତାରିଖରେ ମତଦାନ ହୋଇଥିଲା। ଏଥିରେ ପରାଜିତ ହୋଇ ସ୍ମିତାରାଣୀ ନିଜ ପଦବୀ ହରାଇଥିଲେ। ଏହାପରେ ଉପାଧ୍ୟକ୍ଷା ପାୟେଲ ବେହେରାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦିଆ ଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଉଛନ୍ତି। ତେବେ ଇତି ମଧ୍ୟରେ ଅନାସ୍ଥାକୁ ୬ ମାସ ପୂରିବାକୁ ଯାଉ ଥିବାରୁ ଫୁଲବାଣୀ ପୌର ପରିଷଦରେ ପୌରାଧ୍ୟକ୍ଷା ନିର୍ବାଚନ ନେଇ ପୁଣି ଚର୍ଚ୍ଚା ଧରିଛି।

- Advertisement -

ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ। ୧୩ ଓ୍ବାର୍ଡ ବିଶିଷ୍ଟ ଏହି ପୌର ପରିଷଦରେ ଗତ ନିର୍ବାଚନରେ ବିଜେଡିର ୭ ଜଣ ଜିତିଥିବା ବେଳେ ବିଜେପିର ୪ ଜଣ ଓ ଦୁଇ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପରେ ସ୍ବାଧୀନ କାଉନସିଲରମାନେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡିର ସଂଖ୍ୟାଧିକ କାଉନସିଲର ବିଜୟୀ ହୋଇଥିଲେ ବି ପୌରାଧ୍ୟକ୍ଷା ପଦବୀ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୁନମ କହଁରଙ୍କୁ ହରାଇ ବିଜେପିର ସ୍ମିତାରାଣୀ ମହାନ୍ତି ଏହି ପଦବୀ ହାତେଇବାରେ ସଫଳ ହୋଇଥିଲେ। କିନ୍ତୁ ଅନାସ୍ଥା ପରେ ଏବେ ପୌରାଧ୍ୟକ୍ଷା ପଦବୀ ବିଜେଡି ପାଖରେ ରହିଛି।

ବର୍ତ୍ତମାନ ପୌରାଧ୍ୟକ୍ଷା ପାଇଁ ସାନି ନିର୍ବାଚନ ଚର୍ଚ୍ଚା ଜୋର ଧରିଥିବା ପରିପ୍ରେକ୍ଷୀରେ ଦଳୀୟ ସ୍ଥିତିକୁ ନେଇ ଆକଳନ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ବିଜୟ ପରେ ବିଜେପି ଏହି ପଦବୀକୁ ପୁଣିଥରେ ବଜାୟ ରଖିବା ନେଇ ଆଶାବାଦୀ ଅଛି। ବିଜୟ ସମ୍ଭାବନାକୁ ନଜରରେ ରଖି ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇଛି। ଏପଟେ ଗତ ନିର୍ବାଚନ ପରଠାରୁ ବିଜେଡି ଦୁର୍ବଳ ହେଉଥିବା ଲକ୍ଷ୍ୟ କରାଯାଉଛି। ଦଳୀୟ ସଙ୍ଗଠନର ସ୍ଥିତି ପୂର୍ବଭଳିମଧ୍ୟ ମଜଭୁତ ନାହିଁ କହିଲେ ଅତ୍ୟୁକ୍ତିହେବ ନାହିଁ। ଗତ କିଛିଦିନ ହେଲା କେତେକ ସଭା ସମିତିରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଉପସ୍ଥିତି କିନ୍ତୁ ଅନେକ କର୍ମୀଙ୍କୁ ଉତ୍ସାହିତ କରିଥିବା ବେଳେ କେତେକ ବରିଷ୍ଠଙ୍କର କିନ୍ତୁ ଦେଖା ମିଳୁନାହିଁ।

ଗତଥର କମ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ଏଥର ବିଜୟ ନେଇ ଦଳୀୟ ନେତା ଆଶାବାଦୀ ହୋଇ ପାରୁ ନାହାନ୍ତି। ତେବେ ବିଜେଡ଼ି-ବିଜେପି କଳିର ଫାଇଦା ନେବା ପାଇଁ କଂଗ୍ରେସ ମଧ୍ୟ ଭିତିରିଆ ତାହାର କସରତ ଆରମ୍ଭ କରିଥିବା ବେଳେ ଗତ ପୌର ନିର୍ବାଚନରେ ଯିଏ ପାର୍ଥୀ ହୋଇଥିଲେ ସାନି ନିର୍ବାଚନ ହେଲେ ତାଙ୍କୁ ପୁଣିଥରେ ତାଙ୍କୁ ପ୍ରାଥୀ କରିବା ପାଇଁ କଂଗ୍ରେସ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ଏଭଳି ସ୍ଥିତିରେ ଜାନୁଆରୀ ୨୩ରେ ଅନାସ୍ଥାକୁ ୬ ମାସ ପୂରୁଥିବା ଦୃଷ୍ଟିରୁ ସମସ୍ତେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି। ଅବଧି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବ ନା କ’ଣ ହେବ ତାହାକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories