www.samajalive.in
Sunday, December 7, 2025
15.1 C
Bhubaneswar

କେନ୍ଦ୍ର ସରକାରଙ୍କ କ୍ୟାଲେଣ୍ଡରରେ ସ୍ଥାନ ପାଇଲା ତୁଳା ବେହେରାଙ୍କ ଫଟୋ

ଫୁଲବାଣୀ: ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବାର୍ଷିକ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭିକ୍ଷାବୃତ୍ତି କରି ଚଳୁଥିବା ଫୁଲବାଣୀର ତୁଳା ବେହେରାଙ୍କ ଫଟୋ ସ୍ଥାନ ପାଇଛି। ସେ ପୁଣି କ୍ୟାଲେଣ୍ଡରର ପ୍ରଥମ ପୃଷ୍ଠା ଜାନୁୟାରୀ ମାସର। ଏହାକୁ ଦେଖି ତୁଳା ବେହେରା ଖୁସିବ୍ୟକ୍ତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତୁଳା ଭିକ୍ଷାବୃତ୍ତି କରି ସଂଚୟ କରିଥିବା ଏକ ଲକ୍ଷ ଟଙ୍କା ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦାନ କରିଥିଲେ। ଏହି ଖବର ସମଗ୍ର ରାଜ୍ୟ ଓ ଦେଶରେ ଏକ ଆଲୋଚନାର ଖବର ହୋଇଥିବା ବେଳେ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଫୁଲବାଣୀକୁ ପ୍ରଚାରରେ ଆସିଥିବା ବେଳେ ଷ୍ଟାଡ଼ିୟମ୍‌‌ ଠାରେ ଆୟୋଜିତ ନିର୍ବାଚନ ସଭାରେ ନିଜେ ପ୍ରଧାନମନ୍ତ୍ରୀ ତୁଳା ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଯାହାକି ସେହି ସମୟରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ପ୍ରଧାନମନ୍ତ୍ରୀ ତୁଳାଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ମନ୍ଦିରକୁ ଦାନପରେ ମନ୍ଦିର କମିଟି ପକ୍ଷରୁ ତୁଳାଙ୍କ ପାଇଁ ମନ୍ଦିର ପରିସରରେ ଏକ ଗୃହ ମଧ୍ୟରେ ରହିବାର ବ୍ୟବସ୍ଥା କରିଥିବା ବେଳେ ତୁଳା ସହରର ସମସ୍ତ ଭିକାରୀ ଓ ନିରାଶ୍ରଙ୍କ ପାଇଁ ସମସ୍ତ ସୁବିଧା ଥାଇ ଗୃହ ନିର୍ମାଣ କରିବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories