www.samajalive.in
Monday, December 8, 2025
17.1 C
Bhubaneswar

ପୁତ୍ରଦା ଏକାଦଶୀ: ରାଶି ଅନୁଯାୟୀ ଅର୍ପଣ କରନ୍ତୁ ଭୋଗ, ସନ୍ତାନ ପ୍ରାପ୍ତି ସହ ହେବ ମନସ୍କାମନା ପୂରଣ..

ପୁତ୍ରଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ବିଧି ସହ ପୂଜାର୍ଚ୍ଚନା କରାଯାଏ । ମାନ୍ୟତା ଅନୁଯାୟୀ ଏହି ଏକାଦଶୀରେ ପୂଜାର୍ଚ୍ଚନା ସହ ବ୍ରତ ପାଳନ କରିବା ଦ୍ୱାରା ନିଃସନ୍ତାନ ତଥା ନବବିବାହିତ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତି ଇଚ୍ଛା ପୂରଣ ହୋଇଥାଏ । ମନସ୍କାମନା ପୂରଣ ହୋଇଥାଏ । ସନ୍ତାନଙ୍କ ଶୁଭ ପାଇଁ ମଧ୍ୟ ବ୍ରତ ପାଳନ କରାଯାଏ ।

ଏକାଦଶୀରେ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ । ଏକାଦଶୀରେ ରାଶି ଅନୁଯାୟୀ ଭୋଗ ଅର୍ପଣ କରିବା ଦ୍ୱାରା ଏହାର ଶୁଭଫଳ ଦ୍ୱିଗୁଣିତ ହୋଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ କି ଭୋଗ ଅର୍ପଣ କରିବେ..

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ମିଶ୍ରି ଓ ଲହୁଣୀ ଭୋଗ ଅର୍ପଣ କରନ୍ତୁ ।

ବୃଷ – ଚାଉଳରେ ତିଆରି କ୍ଷୀରୀ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ।

ମିଥୁନ- ପ୍ରଭୁଙ୍କୁ ସବୁଜ ରଙ୍ଗର ଫଳ ଅର୍ପଣ କରନ୍ତୁ ।

କର୍କଟ – କ୍ଷୀର, ଦହି, କ୍ଷୀରି ଅର୍ପଣ କରନ୍ତୁ ।

ସିଂହ – ପ୍ରଭୁଙ୍କୁ ଲଡୁ ଅର୍ପଣ କରନ୍ତୁ ।

କନ୍ୟା – କ୍ଷୀରରେ ତିଆରି ପେଡା ଅର୍ପଣ କରନ୍ତୁ ।

ତୁଳା- ଲହୁଣି, ମିଶ୍ରି, ଦହି ଭୋଗ ଅର୍ପଣ କରନ୍ତୁ।

ବିଛା – କ୍ଷୀରି ଭୋଗ ଅର୍ପଣ କରନ୍ତୁ ।

ଧନୁ- କଦଳୀ ଓ ବେସନ ଲଡୁ ଅର୍ପଣ କରନ୍ତୁ।

ମକର- ଗହମ,ଗୁଡ,ଘିଅ, ଖୁଆରେ ପ୍ରସ୍ତୁତ ଲଡୁ ଅର୍ପଣ କରନ୍ତୁ ।

କୁମ୍ଭ- ନଡିଆ ଭୋଗ ଅର୍ପଣ କରନ୍ତୁ ।

ମୀନ- ବେସନ ଲଡୁ ଅର୍ପଣ କରନ୍ତୁ ।

ମକର ସଂକ୍ରାନ୍ତି ପରଠାରୁ ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି,ଘର, ହେବେ ଭାଗ୍ୟଶାଳୀ..

ଶାସ୍ତ୍ର ଅନୁସାରେ ଏହି ଏକାଦଶୀ ଦିନ ଡାଲି ଓ ଭାତର ସେବନ କରିବା ଉଚିତ୍‌ ନୁହେଁ । ବରଂ ଫଳ, କ୍ଷୀର ଆଦି ସେବନ କରିପାରିବେ।

ଆମିଷ ଭୋଜନ ସେବନ କରିବା ଉଚିତ୍‌ ନୁହେଁ।

ମନକୁ ଶାନ୍ତ ରଖନ୍ତୁ । କଳହ କରନ୍ତୁ ନାହିଁ । ଅଶାନ୍ତି ହୁଅନ୍ତୁ ନାହିଁ ।

ପୂଜା ସମୟରେ କଳାରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ । ଲାଲ କିମ୍ବା ହଳଦିଆ ରଙ୍ଗର ପୋଷାକ ପିନ୍ଧି ପାରିବେ।

ଏହି ବ୍ରତ ୧୦ ଜାନୁଆରୀରୁ ରଖାଯିବା ସହ ୧୧ ଜାନୁଆରୀ ସକାଳ ୮ଟା ପର୍ଯ୍ୟନ୍ତ ରଖାଯିବ ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories