www.samajalive.in
Sunday, December 7, 2025
13.1 C
Bhubaneswar

ଶାମ୍ବ ଦଶମୀରେ ଦୁର୍ଲଭ ସଂଯୋଗ, ଫିଟିବ ଏସବୁ ରାଶିଙ୍କ ଭାଗ୍ୟ

ମେଷ: ନିର୍ଦୟଭାବ ପ୍ରଦର୍ଶନ କରିପାରନ୍ତି। ସ୍ବୀକୃତ କର୍ମ ପାଇଁ ମନର ଭୟ ସଞ୍ଚରିତ ହୋଇପାରେ। ଅନ୍ୟକୁ ଅପବାଦ ଦେବାରେ ଧୂରନ୍ଦର ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ।
ବୃଷ: ପତ୍ନୀ ଶୁଭଦାୟିନୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅତି ସୁଖୀ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ସମାଜସେବୀଭାବେ ସମ୍ମାନିତ ହେବେ। ବହୁ ଧନ, ପୁତ୍ର ଓ ଉତ୍ତମ ବନ୍ଧୁ ମିଳିପାରନ୍ତି।
ମିଥୁନ: ପାପକୁ ତ୍ୟାଗ କରି ଧର୍ମ ମାର୍ଗରେ ପରିଚାଳିତ ହେବେ। ଅସୁସ୍ଥତା ଅନୁଭବ କଲେ ବି ଶତ୍ରୁ ନାଶ କରିବାରେ ସିଦ୍ଧହସ୍ତ ହେବେ। ସତ୍‌କର୍ମରେ ଧନ ବ୍ୟୟ କରିବେ। ଋଣ ପରିଶୋଧ କରିପାରନ୍ତି।
କର୍କଟ:ଧନ ପ୍ରାପ୍ତ ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧିମାନର ପରିଚୟ ସୃଷ୍ଟି କରିବେ। ପୁରାତନ ପ୍ରାପ୍ୟ ପାଇ ସନ୍ତୁଷ୍ଟ ହେବେ। ବହୁ ସୁଖର ଅଧିକାରୀ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ।
ସିଂହ:ମହାନ୍‌ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆତ୍ମୀୟଙ୍କ ସହିତ ନିଜେ ସୁଖ ଭୋଗ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିନୀତ ସ୍ବଭାବର ହେବେ।

କନ୍ୟା:ଶତ୍ରୁ ବିନାଶ କରି ଧନ ପ୍ରାପ୍ତ ହୋଇପାରନ୍ତି। ସୁଖ, ଶାନ୍ତି, ସନ୍ତୋଷ ରୂପକ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହେବେ। ବନ୍ଧୁ ବିୟୋଗର ଖବର ମିଳିପାରେ। ବାହୁରେ ପୀଡ଼ା ଉପୁଜିପାରେ।
ତୁଳା: ଉଚିତ ପ୍ରାପ୍ତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ରାଜ ସମ୍ମାନଯୁକ୍ତ ହୋଇପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ବହୁ ମିତ୍ରଙ୍କ ସହାୟତା ପାଇ ଖୁସି ହୋଇପାରନ୍ତି। ସନ୍ତାନ ଲାଳସା ଜାତ ହେବ।
ବିଛା: ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। କର୍ମଠ ଓ ଧର୍ମଧ୍ବଜାଧାରୀ ହେବେ। ରାଜତୁଲ୍ୟ କ୍ଷମତା ଓ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ବିଷୟାନୁରକ୍ତ ହୋଇପାରନ୍ତି। ଅପରୂପ ଶୋଭାସମ୍ପନ୍ନ ହେବେ।
ଧନୁ: ବିଜ୍ଞ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁର ଭାଷାରେ ପରକୁ ନିଜର କରିବେ। ଗରିବଙ୍କ ପାଇଁ ଧନ ବ୍ୟୟ କରିପାରନ୍ତି। ଉତ୍ତମ ମିତ୍ର ଲାଭର ସୂଚନା ମିଳୁଛି। ପୁତ୍ର ସୁଖ ମିଳିପାରେ।
ମକର: ସଦାସର୍ବଦା ସନ୍ମାର୍ଗୀ ହେବାକୁ ଇଚ୍ଛା କଲେ ମଧ୍ୟ କିଛିଟା ବ୍ୟତିକ୍ରମ ଘଟିପାରେ। ଜଣେ ଉତ୍ତମ ବକ୍ତାଭାବେ ଶ୍ରୋତାଙ୍କ ମନ ଜିଣିପାରନ୍ତି। ସରକାରୀ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।

- Advertisement -

କୁମ୍ଭ:ନିଧି ପ୍ରାପ୍ତିର ସୂଚନା ମିଳୁଛି। ବୁଦ୍ଧି ପ୍ରୟୋଗ କରି ସକଳ କ୍ଷେତ୍ରରେ ବିଜୟୀ ହେବେ। କୃଷି କର୍ମ ପାଇଁ ଚାଷୀଙ୍କୁ ଉତ୍ସାହିତ କରିପାରନ୍ତି। ରାଜ ସୁଖ ମିଳିବ। ମହିମାମୟ ହେବେ। ସତ୍‌କର୍ମରେ ଧନ ବ୍ୟୟ କରିବେ।
ମୀନ: ଉଚ୍ଚାସନରେ ଅଧିଷ୍ଠିତ ହୋଇପାରନ୍ତି। ବନ୍ଧୁ, ସନ୍ତାନ, ପତ୍ନୀଙ୍କ ସମେତ ନିଜ ବନ୍ଧୁବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ଭୋଗ ବିଳାସ କରିପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories