www.samajalive.in
Tuesday, December 9, 2025
17.1 C
Bhubaneswar

ସାମ୍ନାକୁ ଆସିଲା ନେପାଳ ଭୂକମ୍ପର ଭୟଙ୍କର ଦୃଶ୍ୟ ; ଏଯାଏଁ ମୃତ୍ୟୁ ସଂଖ୍ୟା ୯୫

ନୂଆଦିଲ୍ଲୀ : ନେପାଳ,ତିବ୍ଦତ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ବଢୁଛି ମୃତ୍ୟୁ ସଂଖ୍ୟା । ନେପାଳ ସୀମା ଓ ତିବ୍ଦତରେ ଅନେକ ବିରାଟକାୟ କୋଠା ଭୁଶୁଡି ପ୍ରାୟ ପ୍ରାୟ ୯୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୦ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

- Advertisement -

ସୂଚନାନୁଯାୟୀ, ନେପାଳରେ ମଙ୍ଗଳବାର ସକାଳେ ୬ଟା ୩୫ରେ ଅନୁଭୂତ ହୋଇଥିବା ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଲଗାତାର ୭ ଥର ଅନୁଭୂତ ହୋଇଥିଲା । ଏଥିରେ ଅନେକ ବୃହତ୍ତକାୟ କୋଠା ଭୁଶୁଡିବାରୁ ଏହା ତଳେ ଅନେକ ଲୋକେ ଚାପି ହୋଇ ରହିଥିଲେ। ଏବେ ମଧ୍ୟ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି।

ଦେଶରେ ବୃଦ୍ଧି ପାଉଛି ଏଚ୍‌ଏମ୍‌ପିଭି ଭୂତାଣୁ ; ଆଉ ୨ ଚିହ୍ନଟ, ମୋଟ ସଂକ୍ରମିତ ୮

ଆଜି ସକାଳେ ନେପାଳ, ବାଙ୍ଗଲାଦେଶ, ଚୀନ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀ ଠାରୁ ଆରମ୍ଭ କରି ଉତ୍ତର ଭାରତର ଅନେକ ସହରରେ ଭୂକମ୍ପ ଝଟକା କାରଣରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

୨୦୧୫ରେ ନେପାଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୯ ହଜାର ଲୋକଙ୍କ ମୃତ୍ୟୁ ହେବା ସହ ୨୨ ହଜାରରୁ ଅଧିକ ଲୋକେ ଆହତ ହୋଇଥିଲେ । ଲକ୍ଷ ଲକ୍ଷ ଘର ଦ୍ୱାର କ୍ଷତିଗ୍ରସ୍ତ ହୋଇ ଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories