www.samajalive.in
Tuesday, December 9, 2025
17.1 C
Bhubaneswar

ସାମ୍ବାଦିକଙ୍କୁ ହତ୍ୟା: ହତ୍ୟାକାରୀ ପୁତୁରା ସହ ୩ ଜଣଙ୍କୁ ବାନ୍ଧିଲା ପୁଲିସ୍

ନୂଆଦିଲ୍ଲୀ : ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ରାସ୍ତା ନିର୍ମାଣରେ ଦୁର୍ନୀତି ବିରୋଧରେ ଖବର ପ୍ରସାରଣ କରିବାରୁ ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଛତିଶଗଡ଼ର ବିଜାପୁର ଜିଲାରେ ଏହି ଘଟଣା ଘଟିଛି। ପୁଲିସ ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍‌ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଜବତ କରିଛି। ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ହେଲେ ମୁକେଶ ଚନ୍ଦ୍ରାକର।  ସେ ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି ସାମ୍ବାଦିକତା କରୁଥିଲେ।ଚନ୍ଦ୍ରାକର ଗତ ୧ ତାରିଖ ରାତିରୁ ନିଖୋଜ ଥିଲେ। ତାଙ୍କ ବଡ଼ ଭାଇ ୟୁକେଶ ଚନ୍ଦ୍ରାକର ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଖୋଜିବା ଆରମ୍ଭ କରିଥିଲା। ମୁକେଶଙ୍କ ମୋବାଇଲ ନମ୍ବରର ବୈଷୟିକ ଯାଞ୍ଚ କରାଯିବା ପରେ ଶେଷ ଥର ପାଇଁ ତାଙ୍କ ଲୋକେସନ ଜଣେ ଠିକାଦାରଙ୍କ ବାସଭବନ ପରିସର ଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ ସମ୍ପୃକ୍ତ ଠିକାଦାରଙ୍କ ବାସଭବନକୁ ଯାଇ ଯାଞ୍ଚ କରିଥିଲା। ଶେଷରେ ପୁଲିସ୍ ଏହି ଘଟଣାରେ ପୁତୁରା ରୀତେଶ ଚନ୍ଦ୍ରାକର ଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories