www.samajalive.in
Sunday, December 7, 2025
23.1 C
Bhubaneswar

ଏନସିସିର ଅନେକ କ୍ୟାଡେଟ ଦେଶକୁ ଗୌରବାନ୍ୱିତ କରିଛନ୍ତି : ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ସୋମବାର ନୂଆଦିଲ୍ଲୀଠାରେ ଏନସିସି ରାଲିକୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ  କହିଥିଲେ ଯେ ଏନସିସି କ୍ୟାଡେଟମାନଙ୍କ ଗହଣରେ ଥିଲାବେଳେ ତାଙ୍କ ଅତୀତର ସ୍ମୃତି ପୁଣିଥରେ ମନେ ପଡୁଛି  ।

ବିଗତ ଏକ ବର୍ଷ ମଧ୍ୟରେ ଏନସିସି କ୍ୟାଡେଟମାନେ ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ନେଣଦେଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ କେରଳ ବନ୍ୟା ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଏନସିସି କ୍ୟାଡେଟମାନଙ୍କ ଅଭୂତପୂର୍ବ ଯୋଗଦାନ ପ୍ରଶଂସନୀୟ  ।

- Advertisement -

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତକୁ ଏକ ଉଜ୍ଜ୍ୱଳତମ ତାରକା ଭାବେ ଦେଖୁଛି । ସେ କହିଥିଲେ ଯେ ଏହାମଧ୍ୟ ସମସ୍ତେ କହିବାକୁ ଆରମ୍ଭ କଲେଣି ଯେ ଭାରତ ପାଖରେ କେବଳ ସାମର୍ଥ୍ୟ ନାହିଁ ବରଂ ସେ ସାମର୍ଥ୍ୟକୁ ପ୍ରତିପୂରଣ ମଧ୍ୟ କରୁଛି ।

ଅର୍ଥବ୍ୟବସ୍ଥା ହେଉ ଅବା ପ୍ରତିରକ୍ଷା କ୍ଷେତ୍ର ହେଉ ଭାରତର କ୍ଷମତା ବିସ୍ତୃତ ହୋଇଛି ବୋଲି ସେ କହିଥିଲେ।  ସେ କହିଥିଲେ ଯେ ଭାରତ ଶାନ୍ତିର ସମର୍ଥକ କିନ୍ତୁ ଭାରତ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କୌଣସି ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେବନାହିଁ । ସେ କହିଥିଲେ ଯେ ବିଗତ ସାଢେ ଚାରି ବର୍ଷ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଭାରତ ଏପରି କିଛି ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ ତ୍ରିମୁଖୀ ପରମାଣୁ କ୍ଷମତାର ବିକାଶ କରିଛନ୍ତି । ସେ କହିଥିଲେ ଯେ ଯୁବଗୋଷ୍ଠି ନିଜ ସ୍ୱପ୍ନକୁ ସେତେବେଳେ ସାକାର କରିପାରିବେ ଯେତେବେଳେ ଦେଶ ସୁରକ୍ଷିତ ରହିବ  ।

ସେ କ୍ୟାଡେଟମାନଙ୍କର କଠିନ ପରିଶ୍ରମର ଭୂରି ଭୂରି ପ୍ରଶଂସା କରିଥିଲେ  । ଅନେକ କ୍ୟାଡେଟ ଗ୍ରାମାଂଚଳ ଏବଂ ଛୋଟ ସହରମାନଙ୍କରୁ ଆସିଥାନ୍ତି  । ଏନସିସିର ଅନେକ କ୍ୟାଡେଟ ଦେଶକୁ ଗୌରବାନ୍ୱିତ କରିଛନ୍ତି  । ଏହି ସଂଦର୍ଭରେ ସେ ପ୍ରସିଦ୍ଧ ଆଥଲେଟ ହିମା ଦାସଙ୍କ କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର ଦେଶରେ ଭିଆଇପି ସଂସ୍କୃତି ବଦଳରେ ଇପିଆଇ, ପ୍ରତ୍ୟେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ (Every person is important) ସଂସ୍କୃତି ଆଣିବାର ପ୍ରଚେଷ୍ଟା କରୁଛନ୍ତି । ସେ କ୍ୟାଡେଟମାନଙ୍କୁ ସମସ୍ତ ପ୍ରକାର ନକାରାତ୍ମକୁ ଦୂରେଇଦେବା ସହ ଦେଶର ସୁ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ମହିଳାମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଏବଂ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଭାଗୀଦାରୀତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି । ମହିଳାମାନେ ପ୍ରଥମଥର ପାଇଁ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନରେ ପାଇଲଟ ହୋଇଛନ୍ତି  ।

ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ ଯେ ଭ୍ରଷ୍ଟାଚାର ନୂତନ ଭାରତର ଅଂଶ ହୋଇପାରିବ ନାହିଁ  । ସେ କହିଥିଲେ ଯେ ଭ୍ରଷ୍ଟାଚାରରେ ସାମିଲ ଲୋକମାନଙ୍କୁ କ୍ଷମା ଦିଆଯିବନାହିଁ  ।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଏବଂ ଡିଜିଟାଲ କାର୍ଯ୍ୟକ୍ରମଗୁଡିକରେ ଯୁବଗୋଷ୍ଠିଙ୍କର ସକ୍ରୀୟ ଅଂଶୀଦାରୀତାର ପ୍ରଶଂସା କରିଥିଲେ । ସେ କ୍ୟାଡେଟମାନଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ସଚେତନ କରାଇବା ପାଇଁ ଅନୁରୋଧ କରିଥିଲେ। ସେ କ୍ୟାଡେଟମାନଙ୍କୁ କହିଥିଲେ ଯେ ସେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ସେମାନେ ଯୁବଗୋଷ୍ଠିଙ୍କୁ ପ୍ରେରିତ କରନ୍ତୁ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛି ଦିନ ପୂର୍ବେ ଦିଲ୍ଲୀ ସହରେ ବିକଶିତ ଅନେକ ଐତିହାସିକ ସ୍ଥଳଗୁଡିକୁ କ୍ୟାଡେଟମାନେ ଦେଖିପାରିବେ । ଏହି ସ୍ଥାନଗୁଡିକ ଭାରତର ମହାନ ସଂସ୍କୃତି ଏବଂ ମହାନ ନେତାମାନଙ୍କ ସହ ସଂଶ୍ଲିଷ୍ଟ । ଏହି ସଂଦର୍ଭରେ ସେ ଲାଲ କିଲାରେ କ୍ରାନ୍ତି ମନ୍ଦିର ଏବଂ ଅଲିପୁର ରୋଡରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ସ୍ଥାନଗୁଡିକ ଦେଖିବା ପରେ ଲୋକମାନଙ୍କ ମନରେ କାର୍ଯ୍ୟ କରିବାର ନୂତନ ଶକ୍ତି ଜାଗ୍ରତ ହେବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories