www.samajalive.in
Tuesday, December 9, 2025
17.1 C
Bhubaneswar

ଇସ୍ତଫା ଦେବାକୁ କୁମାରସ୍ବାମୀଙ୍କ ଧମକ

ବେଙ୍ଗାଲୁରୁ : କର୍ଣ୍ଣା​‌ଟକ ସରକାରରେ ରାଜନୈତିକ ଅସ୍ଥିରତା ଭିନ୍ନ ମୋଡ ନେଇଛି। ଏବେ ବିରୋଧୀ ଦଳ ବିଜେପି ନୁହେଁ ବରଂ ମେଣ୍ଟ ସହଯୋଗୀ କଂଗ୍ରେସର ବିଧାୟକମାନେ ମୁଖ୍ୟମନ୍ତ୍ରୀ ଏଚ. ଡି. କୁମାରସ୍ବାମୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛନ୍ତି। କଂଗ୍ରେସ ବିଧାୟକମାନେ ସୀମା ଲାଙ୍ଘୁଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି କୁମାରସ୍ବାମୀ। ତାଙ୍କର ଏଭଳି ମନ୍ତବ୍ୟ ଦ୍ବାରା ଜେଡିଏସ୍‌-କଂଗ୍ରେସ ମେଣ୍ଟ ମଧ୍ୟରେ ଥିବା ଫାଟ ପଦାରେ ପଡିଛି। ଉଲ୍ଲେଖ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଏକ ସୁଯୋଗ ପ୍ରଦାନ କରାଯିବା ଉଚିତ ବୋଲି ରବିବାର କଂଗ୍ରେସ ବିଧାୟକ ଏସ୍‌.ଟି. ସୋମଶେଖର କହିଥିଲେ। ମେଣ୍ଟ ସରକାର ସମୟରେ ବେଙ୍ଗାଲୁରୁରେ ବିକାଶ ପ୍ରକ୍ରିୟା ଶିଥିଳ ହୋଇପଡିଛି। ସିଦ୍ଦରମୈୟା ସରକାର ସମୟରେ ଏଠାରେ ସଡ଼କ ନିର୍ମାଣ କାର୍ଯ୍ୟ ଯେଭଳି ତ୍ବରାନ୍ବିତ ହୋଇଥିଲା ବର୍ତ୍ତମାନ ସେଭଳି ନାହିଁ ବୋଲି ସୋମଶେଖର କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ପ୍ରକାଶ କରି କୁମାରସ୍ବାମୀ କହିଛନ୍ତି ଏଭଳି ମନ୍ତବ୍ୟ ଦେଇ ବାସ୍ତବରେ କଂଗ୍ରେସ ବିଧାୟକ ସୀମା ଉଲ୍ଲଙ୍ଘନ କରୁଛନ୍ତି। ଯଦି ସେମାନେ ଏହି ଚିନ୍ତାଧାରା ସହିତ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ସେ ପ୍ରସ୍ତୁତ। ଅନ୍ୟପଟେ ସୋମଶେଖର କେବଳ ନିଜସ୍ବ ମତାମତ ଉପସ୍ଥାପନ କରିଛନ୍ତି ବୋଲି କଂଗ୍ରେସ ତରଫରୁ କହି ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ଏହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି। ୨୦୧୮ ମେ’ରେ କ୍ଷମତାକୁ ଆସିବା ପରେ ବିଗତ ୭ ମାସ ମଧ୍ୟ​‌େ​‌ର କୁମାରସ୍ବାମୀ ସରକାର ଏକାଧିକ ସମସ୍ୟା ଦେଇ ଅତିକ୍ରମ କରିଛି। ନିକଟରେ ମେଣ୍ଟ ସରକାରକୁ କ୍ଷମତାଚ୍ୟୁତ କରିବା ନିମିତ୍ତ ବିଜେପି କିଛି କଂଗ୍ରେସ ବିଧାୟକଙ୍କୁ ନିଜ ସପକ୍ଷରେ ନେବାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories