www.samajalive.in
Tuesday, December 9, 2025
17.1 C
Bhubaneswar

ନୂଆବର୍ଷ ପୂର୍ବରୁ ପ୍ରଶାସନିକସ୍ତରରେ ତତ୍ପରତା, ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ସବୁ ବିଭାଗକୁ ନିର୍ଦେଶ

ଭୁବନେଶ୍ୱର: ପ୍ରତିଶ୍ରୁତି ପୂରଣ ସହିତ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଏବଂ ନିର୍ଦିଷ୍ଟ ଭାବେ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେବା ଦିଗରେ ଏବେ ସରକାରୀ କଳକୁ ସକ୍ରିୟ କରାଯାଉଛି। କ୍ଷମତାକୁ ଆସିବାର ୬ ମାସ ଭିତରେ ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଦୁଇଟି କାର୍ଯ୍ୟକ୍ରମ ସୁଭଦ୍ରା ଓ ଧାନର ଏମ୍ ଏସ୍‌ପି ବୃଦ୍ଧି ପ୍ରସ୍ତାବ କାର୍ଯ୍ୟକାରୀ କରିଛନ୍ତି। ଏହା ପୂର୍ବରୁ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବାର ଠିକ୍ ପରେ ପରେ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିଦେଇଥିଲେ। କିନ୍ତୁ ଚିଟ୍ଫଣ୍ଡ ଅର୍ଥ ଫେରସ୍ତ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଏବେ ସରକାରଙ୍କ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ବିଜେପି କ୍ଷମତାକୁ ଆସିବା ମାତ୍ରେ ଚିଟ୍‌ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିଶ୍ରୁତି ଦେଇଥିଲେ। ଏ ଦିଗରେ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏବେ ଲୋକଙ୍କ ସଂଶୟ ବଢ଼ିଛି। ନିକଟରେ ଶ୍ରୀ ସାମଲ ଚିଟଫଣ୍ଡ ଅର୍ଥ ଫେରାଇବା ଦିଗରେ ପୂର୍ବ ସରକାରଙ୍କ ବିଫଳତାକୁ ସମାଲୋଚନା କରିବା ସହିତ ଏଥିପାଇଁ ବିଚାରବିମର୍ଶ ଚାଲିଛି ବୋଲି କହିଛନ୍ତି ।

ତେବେ ରାଜ୍ୟ ସରକାର ୨୦୨୫ ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ କେତେକ ବଡ଼ଧରଣର କାର୍ଯ୍ୟକ୍ରମ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷକରି ୨୦୨୫ରେ ସରକାର ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଜାନୁଆରୀ ଭିତରେ କେଉଁ ବିଭାଗରେ କେତେ ପଦ ଖଲି ଅଛି ସେ ସମ୍ପର୍କରେ ରିପୋର୍ଟ ଦାଖଲ ସହ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ସବୁ ବିଭାଗର ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାସ୍ତରରେ ବି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ବଜେଟ ଉପସ୍ଥାପନ ପୂର୍ବରୁ ଏଆଇ(କୃତ୍ରିମ ମେଧା) ନୀତି ପ୍ରସ୍ତୁତି, ରାଜଧାନୀ ପାରିପାର୍ଶ୍ଵକ ବିକାଶ ପ୍ରକଳ୍ପ, ପରିବେଶ ସୁରକ୍ଷା ଯୋଜନା, ଇଣ୍ଟର୍ନ ସିପ ପ୍ରୋଗ୍ରାମ ପ୍ରସ୍ତୁତି ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ହୀରାକୁଦ, ବୌଦ୍ଧ ସର୍କିଟ, ଚିଲିକା ଓ ସାତକୋଶିଆକୁ ବିଶ୍ଵ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରିବା ନିମନ୍ତେ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ପ୍ରସ୍ତାବ ଦାଖଲ ପାଇଁ କୁହାଯାଇଛି। ହୀରାକୁଦ ପ୍ରକଳ୍ପ ଉପରେ ଖୁବ୍‌ଶୀଘ୍ର ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜନ କରା‌ଯିବ ବୋଲି ସ୍ଥିର ହୋଇଛି।

- Advertisement -

ସେହିପରି ଇପିକଲକୁ ତାମିଲନାଡୁ ଓ ଗୁଜରାଟ ମଡେଲରେ ପୁନର୍ବିନ୍ୟାସ କରିବା ଏବଂ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ କୃଷି ବଜାର ନୀତିରେ ସଂସ୍କାର ନିମନ୍ତେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଶିଳ୍ପ ଓ ସମବାୟ ବିଭାଗକୁ କୁହାଯାଇଛି। ଏହାଛଡ଼ା ପେଟ୍ରୋଲିୟମ କେମିକାଲ୍ସ ଆଣ୍ଡ ପେଟ୍ରୋକେମିକାଲ୍ସ ଇନ୍‌ଭେଷ୍ଟମେଣ୍ଟ ରିଜିଅନ (ପିସିପିଆଇଆର), ଶିଳ୍ପ କରିଡ଼ର, ଗ୍ରିନ ହାଇଡ୍ରୋଜେନ କରିଡ଼ର, ବନ୍ଦର ବିକାଶ, ଆନ୍ତର୍ଜାତିକ ସ୍ତରରେ ନିଯୁକ୍ତି ସୁଯୋଗ ପାଇଁ ସେମିକଣ୍ଡକ୍ଟର ପ୍ରକଳ୍ପ, ବିଶେଷକରି ସିଙ୍ଗାପୁର ସରକାରଙ୍କ ସହିତ ସହଭାଗିତାରେ ଚଲିଥିବା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଶିଳ୍ପ ବିଭାଗକୁ କୁହାଯାଇଛି। ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଦ୍ଵାରା ସମୀକ୍ଷା ପରେ ୨୦୩୬ ଭିଜନ ଡକୁମେଣ୍ଟ ଚିଠା ପ୍ରସ୍ତାବ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତୁତ କରିବାକୁ ଯୋଜନା ଓ ସଂଯୋଜନ ବିଭାଗକୁ ନିର୍ଦେଶ ଦିଆଯାଇଛି।

ନିର୍ଦିଷ୍ଟ ଭାବେ ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ଆଇ ଜିଓଟି (ଇଣ୍ଟିଗ୍ରେଟେଡ଼ ଗଭର୍ଣାନ୍ସ ଅନଲାଇନ ଟ୍ରେନିଂ ବା ଏକିକୃତ ସରକାରୀ ଅନଲାଇନ ପ୍ରଶିକ୍ଷଣ) ପ୍ଲାଟଫର୍ମରେ ପଞ୍ଜିକୃତ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆଇଜିଓଟିରେ ପଞ୍ଜିକୃତ ସମସ୍ତ ଅଧିକାରୀ ଓ କର୍ମଚାରୀ ବର୍ଷକୁ ଅନ୍ୟୁନ ୨୦ ଘଣ୍ଟା ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି।
କର୍ମଚାରୀଙ୍କୁ ଅନଲାଇନ ପ୍ରଶିକ୍ଷଣ ସୁବିଧା ପ୍ରଦାନ ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବାକୁ ସ୍ଥିର ହୋଇଛି। କର୍ମଚାରୀଙ୍କ ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ( କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ବିବରଣୀ) ରେ ଥିବା ବ୍ୟବସ୍ଥା ଅନୁସାରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଏହି ପ୍ରଶିକ୍ଷଣ ପ୍ରଦାନ ବ୍ୟବସ୍ଥା କରିବ। ସମସ୍ତ ପୁଲିସ ଅଧିକାରୀ ୨୦୨୫ ମାର୍ଚ୍ଚ ସୁଦ୍ଧା ସିଟିଜେନ୍ସ ଇଣ୍ଟରଫେସରେ ଆଇଗଟ ଅଧୀନରେ ପ୍ରଶିକ୍ଷଣ ନେବାକୁ ହେବ ବୋଲି ନିକଟରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରେ ନିଷ୍ପରି ନିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories