www.samajalive.in
Thursday, December 11, 2025
23.1 C
Bhubaneswar

ଚାଷୀଙ୍କ ନିଦ ହଜାଇ ଦେଇଛି ଲଗାଣ ବର୍ଷା, ପାଣିରେ ବୁଡ଼ି ରହିଛି ପାଚିଲା ଧାନ ଫସଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ୨୦ ଓ ୨୧ ତାରିଖରେ ଦିନତମାମ ବର୍ଷା ହୋଇଥିଲା । ଏହାର ୨ଦିନ ନବିତୁଣୁ ପୁନର୍ବାର ଲଘୁଚାପ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରୁ ଅନବରତ ଝିପିଝିପି ବର୍ଷା ଓ ମଝିରେ ମଝିରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ବର୍ଷା ଆସନ୍ତା ୨ଦିନ ଜାରି ରହିବ ବୋଲି ପାଣିପାଗ ବିଷାରଦମାନେ ପୂର୍ବାନୁମାନ କରିଛନ୍ତି । ଏଭଳି କ୍ଷେତ୍ରରେ ଜମିରେ ପାଚିଲା ଧାନ ଫସଲ ପାଣିରେ ବୁଡ଼ି ରହିବା ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଧାନ ଫସଲ କଟା ହୋଇ ବିଲରେ ପଡ଼ିଥ‌ିବା ବେଳେ ଲଗାଣ ବର୍ଷା ଯୋଗୁଁ ତାହା ପାଣିରେ ଭାସୁଛି।

ଏଭଳି ଅଦିନିଆ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇଛି। କ୍ଷେତରେ ବର୍ଷାଜଳ ଲହଡି ମାରୁଥିବା ବେଳେ କଟା ହୋଇନଥିବା ଧାନଗଛ ବର୍ଷା ଯୋଗୁ ଭୂମିରେ ଶୋଇ ଗଲାଣି । ଚାଷୀଙ୍କ କହିବା କଥା, ଧାନ ଫସଲ ଅମଳ ହେବା ସମୟରେ ବର୍ଷା ଏହାର ସର୍ବନାଶ କରିବ ଏଥିରେ ସନ୍ଦେହ ନାହିଁ। ଭୁବନେଶ୍ବର ଓ ଉପକଣ୍ଠ ବ୍ଲକ ଅଞ୍ଚଳରେ ଚାଷୀ ଧାନ ଚାଷ ପାଇଁ ପ୍ରଚୁର ଅର୍ଥ ଖର୍ଚ୍ଚ ସହିତ ପରିଶ୍ରମ କରିଥିବା ବେଳେ ଅମଳ ସମୟରେ ହଠାତ ଲଗାଣ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି।

- Advertisement -

ଚାଷୀ ରତ୍ନାକର ପଲେଇ, କେଦାର ପାଣି, ପୂର୍ଣଚନ୍ଦ୍ର ପରିଡା, ବଗ ପ୍ରଧାନ, ଚନ୍ଦ୍ରଶେଖର ମହାରଣା, ରବୀନ୍ଦ୍ର ପରିଡା, ବିଜୟ ସ୍ବାଇଁ, ଲକ୍ଷ୍ମୀଧର ସ୍ବାଇଁ, ରମାକାନ୍ତ ରାଉତରାୟ ପ୍ରମୁଖ କହିଛନ୍ତି ଯେ, ଭୁବନେଶ୍ବର ବ୍ଲକର ବରିମୁଣ୍ଡ, ଜରିପାଟଣା, କଲ୍ୟାଣପୁର, ଦାଢ଼ା, କଳାରାହଙ୍ଗ, ଇଞ୍ଜଣା, ଗଣ୍ଡରପୁର ଆଦିରେ ଚାଷୀ ବିଭିନ୍ନ ପ୍ରକାର ପନିପରିବା ଫସଲ କରିଥିଲେ। ତାହା ମଧ୍ୟ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷକରି ଫୁଲକୋବି, ବନ୍ଧାକୋବି, ପୋଟଳ, ବାଇଗଣ, ଭେଣ୍ଡି, କାକୁଡି, କଲରା ଏବଂ ବିଭିନ୍ନ ପ୍ରକାର ସାଗ ଫସଲ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ସେହିପରି ଉପକଣ୍ଠ ବ୍ଲକ ଦ୍ବୟରେ ମଧ୍ୟ ହେକ୍ଟର ହେକ୍ଟର ଜମିରେ ପନିପରିବା ଫସଲ ନଷ୍ଟ ହେବା ଆଶଙ୍କା କରାଯାଉଛି।

ବର୍ଷା ଓ କୋହଲା ପାଗ ଏଭଳି ରହିଲେ ଫସଲରେ ରୋଗ ପୋକ ଲାଗିବା ସହିତ ଫସଲ ନଷ୍ଟ ହେବ। ଧାନ ଫସଲ କେଣ୍ଡା ପାଚିଯାଇଥିବାରୁ ଅକ ବର୍ଷାରେ ଝଡ଼ିବା ସହ ଧାନ ଗଛ ପାଣିରେ ପଡ଼ି ନଷ୍ଟ ହେବା ନିଶ୍ଚିତ ବୋଲି ଚାଷୀମାନେ କହିଛନ୍ତି । ସେହିପରି ଶୀତଦିନିଆ ପନିପରିବା ଚାଷ ଗତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ବେଳେ ଏବେ ଫୁଲକୋବି ଓ ବନ୍ଧାକୋବି ଅମଳ ଆରମ୍ଭ ହେଉଥ‌ିବା ବେଳେ କଲରା, ବାଇଗଣ, ଲଙ୍କା, ଟମାଟୋ, ଭେଣ୍ଡି ଫୁଲ ଧରିବା ଆରମ୍ଭ କରିଛି। ସବୁ ଫସଲ ପାଇଁ ଏଭଳି ବର୍ଷା କ୍ଷତିକାରକ ବୋଲି ଚାଷୀକୂଳ ମୁଣ୍ଡରେ ହାତ ଦେଇଛନ୍ତି। ଗତ ସପ୍ତାହେ ହେଲା ଅଦିନିଆ ବର୍ଷା, କୋହଲା ପାଗ ଚାଷୀଙ୍କ ସ୍ବପ୍ନକୁ ଛଡାଇ ନେଇଛି ବୋଲି ବରିଷ୍ଠ ବ୍ୟକ୍ତିମାନେ କହିଛନ୍ତି । ଧାନ ଫସଲ କାଟି ଘରକୁ ଆସିବା ମଧ୍ୟ ଅସମ୍ଭବ ଭଳି ଲାଗୁଛି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories