www.samajalive.in
Monday, December 8, 2025
24.1 C
Bhubaneswar

କୋହଲା ପାଗକୁ ବର୍ଷା ; ଆସନ୍ତାକାଲି ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ । ଆହୁରି ୨୪ ଘଣ୍ଟା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଆସନ୍ତାକାଲି ଯାଏଁ ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା । ଏନେଇ ବୁଧବାର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । କାଲି ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବ । ସେପଟେ ଆସନ୍ତା ୩ ଘଣ୍ଟା ପାଇଁ ୧୫ ଜିଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲା ଗୁଡିକ ହେଉଛି ଭଦ୍ରକ, ବାଲେଶ୍ୱର, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସୋନପୁର, ବୌଦ୍ଧ, ଫୁଲବାଣୀ, କୋରାପୁଟ, ରାୟଗଡାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ସେପଟେ ବର୍ଷା ଯୋଗୁଁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । କେଉଁଠି ଧାନ ବିଲରେ ନଷ୍ଟ ହେଉଛି ତ ପୁଣି କେଉଁଠି ଧାନ ଖଳାରେ ଭିଜୁଛି ।

ବାସ୍ତୁ: ନୂଆବର୍ଷର ପ୍ରଥମ ଦିନରେ ଆପଣାନ୍ତୁ ବାସ୍‌ ଗୋଟିଏ ସରଳ ଉପାୟ, ଚୁଟ୍‌କିରେ ବଢି ଚାଲିବ ଧନ..

ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ; ୩ ଘଣ୍ଟା ଏହି ୧୫ ଜିଲାରେ ବର୍ଷିବ..

- Advertisement -

ବାସ୍ତୁ.. ତକିଆ ତଳେ ରଖି ଦିଅନ୍ତୁ ; ଚୁଟ୍‌କିରେ ଦୂର ହେବ ଧନ ଅଭାବ, ରାହୁ-କେତୁଙ୍କ କୁପ୍ରଭାବ, ବଢିବ ଧନ..

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories