www.samajalive.in
Monday, December 8, 2025
20.1 C
Bhubaneswar

‘ମଣିକର୍ଣ୍ଣିକା’ ଓ ‘ଠାକରେ’ଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ : ଗୋଟିଏ ଦିନରେ ମୁକ୍ତିଲାଭ କରିଥିବା ଦୁଇ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ ଓ ‘ଠାକରେ’ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଦୁଇଟି ଯାକ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବା ଜଣାପଡ଼ିଛି। ଶୁକ୍ରବାର(୨୫ଜାନୁଆରୀ) ମୁକ୍ତିଲାଭ ହୋଇଥିବା ଦୁଇ ଚଳଚ୍ଚିତ୍ରର ରବିବାର ସୁଦ୍ଧା ୨ଦିନର ଆୟ ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା କଙ୍ଗନା ରାଣାୱତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ ପ୍ରଥମ ଦିନରେ ୮.୭୫ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ପ୍ରାୟ ୧୮.୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ମୋଟ୍‍ ଉପରେ ଦେଖିବାକୁ ଗଲେ ୨ଦିନରେ ଚଳଚ୍ଚିତ୍ରଟି ପ୍ରାୟ ୨୬.୮୫ କୋଟି ଟଙ୍କା ଆୟ କରିଛି।

- Advertisement -

ଅନ୍ୟପକ୍ଷରେ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ନବାଜୁଦ୍ଦିନ ସିଦ୍ଦିକୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଠାକରେ’ର ଆୟ ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଚଳଚ୍ଚିତ୍ର ପ୍ରଥମ ଦିନରେ ୬ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୮.୫୦ କୋଟି ଟଙ୍କା ଆୟ କରିଛି।

ଉଲ୍ଲେଖଯୋଗ୍ୟ, ‘ମଣିକର୍ଣ୍ଣିକା-ଦି କୁଇନ୍‍ ଅଫ୍‍ ଝାନ୍ସୀ’ କୁ ସାରା ଦେଶରେ ୩,୦୦୦ ପରଦାରେ ମୁକ୍ତିଲାଭ କରାଯାଇଥିବା ବେଳେ ବିଦେଶରେ ଏହାକୁ ୭୦୦ ପରଦାରେ ମୁକ୍ତିଲାଭ କରାଯାଇଛି। ସେହିପରି ‘ଠାକରେ’ କୁ ୧,୩୦୦ ପରଦାରେ ମୁକ୍ତିଲାଭ କରାଯାଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories