www.samajalive.in
Tuesday, December 9, 2025
16.1 C
Bhubaneswar

ଏସୟୁଜେ ସମ୍ବଲପୁର ଜିଲା ଶାଖା ସଭାପତି ହେଲେ ରାଧେଶ୍ୟାମ

ସମ୍ବଲପୁର: ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା‘ ସମ୍ବଲପୁର ଜିଲା ଶାଖାର କର୍ମକର୍ତ୍ତା ମନୋନୟନ, ୨୦୨୫-୨୬ ବର୍ଷ ନିମନ୍ତେ ନୂତନ ସଭ୍ୟ ଗ୍ରହଣ ଏବଂ ସଭ୍ୟ ନବୀକରଣ କାର୍ଯ୍ୟ ସମ୍ବଲପୁର ସ୍ଥିତ ‘ସାମ୍ବାଦିକ ଭବନ‘ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବସନ୍ତ କୁମାର ସ୍ୱାଇଁ ଙ୍କ ଆବାହକତ୍ବ କ୍ରମେ ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ଅଞ୍ଚଳ ର ଅନେକ ସାମ୍ବାଦିକ ଯୋଗ ଦେଇଥିଲେ। ପର୍ଯ୍ୟବେକ୍ଷକ ଭାବେ ବରଗଡ଼଼ ଜିଲା ଶାଖା ର ବରିଷ୍ଠ ସଭ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ କିଶୋର କୁମାର ପାଢୀ ଯୋଗ ଦେଇ ଅନୁଷ୍ଠିତ କର୍ମକର୍ତ୍ତା ମନୋନୟନ କାର୍ଯ୍ୟ ସଂଚାଳନ କରିଥିଲେ। ପ୍ରଶାନ୍ତ କୁମାର ପାଢୀ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମ ରେ ବସନ୍ତ କୁମାର ସ୍ୱାଇଁ ପୌରହିତ୍ୟ କରିଥିଲେ। ଶ୍ରୀ ପାଢ଼ୀ ଏସୟୁଜେ ଓଡ଼ିଶା ସାମ୍ବାଦିକ ସଙ୍ଘ ର କାର୍ଯ୍ୟିଧାରା, ଏହାର ଲକ୍ଷ୍ୟ ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଉପସ୍ଥିତ ସମସ୍ତ ସଦସ୍ୟ ସେମାନଙ୍କ ସଭ୍ୟ ନବୀକରଣ ଓ ନୂତନ ସଭ୍ୟ ଗ୍ରହଣ କରାଇଥିଲେ। ଏହି ଅବସରରେ ଜିଲା କମିଟି ଗଠନ ପର୍ଯ୍ୟବେକ୍ଷକ ଶ୍ରୀ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମ୍ପନ୍ନ ହୋଇଥିଲା। ସଭାପତି ରୂପେ, ରାଧେଶ୍ୟାମ ପଣ୍ଡା, ଜିଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ବହିଦାର, ଉପ ସଭାପତି ଆତ୍ମାରାମ ସୁପକାର, ଡ଼ା ରାଜାରାମ ଷଡ଼ଙ୍ଗୀ ଏବଂ ଚନ୍ଦ୍ରଚୂଡ଼ ସିଂଙ୍କୁ ମନୋନୀତ କରାଯାଇଥିବା ବେଳେ କୁଚିଣ୍ଡା ଉପଖଣ୍ଡ ସଭାପତି ଭାବେ ଗଜେନ୍ଦ୍ର ଭୋଇ ମନୋନୀତ ହୋଇଥିଲେ। ସେହିପରି ସାଙ୍ଗଠନିକ ସମ୍ପାଦକ ଆଲୋକ କୁମାର ଦାଶ, ସହ ସମ୍ପାଦକ ଟିକେଶ୍ୱର ପ୍ରଧାନ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସବିତା ମିଶ୍ର, ଦାମୋଦର ପାଣ୍ଡେ, ସୁନିତା ହରିପାଳ, ସୁବ୍ରତ କାଉ ଓ ଚତୁର୍ଭୁକ ଜୟପୁରିଆ ମନୋନୀତ ହୋଇଛନ୍ତି। ଏଥି ସହିତ ସହିତ ବ୍ଲକ ଆବାହକ ଭାବେ ସରୋଜ କୁମାର କର୍ମୀ, ରିଙ୍କୁ କୁସୁମ, ପ୍ରସନ୍ନ ପ୍ରଧାନ, ସଂଯୋଗ ଦାଶ, ରମେଶ ଚନ୍ଦ୍ର ପ୍ରଧାନ, ସଦମନ ବାଗ ମଧ୍ୟ ମନୋନୀତ ହୋଇଛନ୍ତି। ଏନୟୁଜେ କାର୍ଯ୍ୟକାରିଣୀ ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଗଗନ ଶର୍ମା ନୂତନ କମିଟିକୁ ସ୍ୱାଗତ କରି ସଂଗଠନକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories