www.samajalive.in
Wednesday, December 10, 2025
26.1 C
Bhubaneswar

ରାମମନ୍ଦିରକୁ ଆଣ୍ଡ୍ରଏଡ୍ ଫୋନ୍ ମନା, ଆଇଫୋନ୍‌କୁ ଅନୁମତି!

ସମାଜ ଡିଜିଟାଲ ଡେସ୍କ: ଅଯୋଧ୍ୟା ରାମ ମନ୍ଦିରରେ ନୂଆ ପୂଜକମାନଙ୍କୁ ଦାୟିତ୍ବ ଦିଆଯାଇଛି। ପୂଜକମାନଙ୍କ ପାଇଁ ଅନେକ କଠିନ ନିୟମ ମଧ୍ୟ ଲାଗୁ କରାଯାଇଛି। ଏହି କ୍ରମରେ ରାମ ମନ୍ଦିରରେ ପୂଜକମାନଙ୍କ ପାଇଁ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ତେବେ ଆଇଫୋନ୍ ଉପରେ ପ୍ରତିବନ୍ଧକ ଲାଗିଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖୁବଶୀଘ୍ର ପୂଜାରୀମାନଙ୍କ ପାଇଁ ଡ୍ରେସ୍ କୋଡ୍ ମଧ୍ୟ ଲାଗୁ କରିବା ନେଇ ପ୍ରସ୍ତୁତି ଚାଲିଛି।

ସାଧାରଣତଃ ଆଇଫୋନ୍‌କୁ ଆଣ୍ଡ୍ରଏଡ୍ ଅପେକ୍ଷା ସୁରକ୍ଷିତ ବୋଲି ବିବେଚନା କରାଯାଏ। ଆସନ୍ତୁ ବୁଝିବାକୁ ଚେଷ୍ଟା କରିବା ଆଣ୍ଡ୍ରଏଡ୍ ଫୋନ୍‌ଗୁଡ଼ିକରେ ଏମିତି କ’ଣ ଅସୁବିଧା ରହିଛି ଯେ, ଯେତେବେଳେ ପ୍ରତିବନ୍ଧକ ଲାଗିବା କଥା ଉଠେ ସେତେବେଳେ ପ୍ରଥମେ ଆଣ୍ଡ୍ରଏଡ୍‌ ଉପରେ ହିଁ ପ୍ରତିବନ୍ଧକ ଲାଗେ, କିନ୍ତୁ ଆଇଫୋନ୍ ପାଇଁ ଏହି ନିୟମ କୋହଳ କରାଯାଏ।

- Advertisement -

ଅପରେଟିଙ୍ଗ୍‌ ସିଷ୍ଟମ-

ଆଇଫୋନ(ଆଇଓଏସ): ଆଇଓଏସ ହେଉଛି ଏକ ସୁରକ୍ଷିତ ସିଷ୍ଟମ୍। ଏହାର ଅର୍ଥ ଆପ୍‌ଗୁଡ଼ିକ କେବଳ ଆପଲ୍ ଆପ୍ ଷ୍ଟୋରରୁ ଡାଉନଲୋଡ୍ ହୋଇପାରିବ। ଆପଲ୍ ସମସ୍ତ ଆପ୍‌କୁ ଭଲ ଭାବରେ ଯାଞ୍ଚ କରିଥାଏ, ଯଦ୍ଵାରା ମାଲୱେୟାରର ବିପଦ ବହୁତ କମ୍ କରିଥାଏ।

ଆଣ୍ଡ୍ରଏଡ୍‌:​ ଆଣ୍ଡ୍ରଏଡ୍ ହେଉଛି ଏକ ଓପନ୍ ସୋର୍ସ ସିଷ୍ଟମ୍। ଉପଭୋକ୍ତାଙ୍କ ପାଇଁ ଆପ୍ ଇନଷ୍ଟଲ କରିବା ନେଇ ଅଧିକ ସ୍ୱାଧୀନତା ରହିଛି, ଯେପରିକି ଥାର୍ଡ଼ ପାର୍ଟି ଆପ୍ ଷ୍ଟୋର୍‌ଗୁଡ଼ିକ ବ୍ୟବହାର କରିବା। ଏହାଦ୍ଵାରା ମାଲୱେୟାର ଏବଂ ଭାଇରସ୍  ଆଶଙ୍କା ବଢିଯାଇଥାଏ।

ସଫ୍ଟଓ୍ବେୟାର ଅପ୍‌ଡେଟ୍‌-

ଆଇଫୋନ(ଆଇଓଏସ): ଆପଲ୍ ଏହାର ସମସ୍ତ ଡିଭାଇସ୍ ପାଇଁ ନିୟମିତ ଏବଂ ଦୀର୍ଘକାଳୀନ ଅପ୍‌ଡେଟ୍‌ ପ୍ରଦାନ କରିଥାଏ। ଏହା ସୁନିଶ୍ଚିତ କରେ ଯେ ପୁରୁଣା ଆଇଫୋନ୍ ମଧ୍ୟ ଲାଟେଷ୍ଟ ସିକ୍ୟୁରିଟି ଫିଚର ବ୍ୟବହାର କରିପାରିବ ଏବଂ ଫୋନ୍ ସୁରକ୍ଷିତ ରହିବ।

ଆଣ୍ଡ୍ରଏଡ୍‌:​ ଆଣ୍ଡ୍ରଏଡ୍‌ରେ ଅପଡେଟ୍ ନିର୍ମାତା କମ୍ପାନୀ(ଯେପରିକି ସାମସଙ୍ଗ, ୱାନପ୍ଲସ୍, ସାଓମି) ଉପରେ ନିର୍ଭର କରେ। ଅନେକ ଥର ପୁରୁଣା ଫୋନ୍‌କୁ ଅପଡେଟ୍ ମିଳି ନଥାଏ, ଯାହା ଫୋନ୍‌ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ।

ଡାଟା ଏନକ୍ରିପ୍ସନ ଓ ପ୍ରାଇଭେସୀ-

ଆଇଫୋନ(ଆଇଓଏସ): ଆଇଫୋନ୍ ଡିଫଲ୍ଟ ଭାବରେ ଡାଟା ଏନକ୍ରିପ୍ଟ କରେ। ଆପଲ୍ ଗୋପନୀୟତାକୁ ପ୍ରାଥମିକତା ଦେଇଛି ଏବଂ ଟ୍ରାକିଂକୁ ସୀମିତ କରିବା ପାଇଁ ଅନେକ ଫିଚର ଦେଇଛି, ଯେପରିକି ଆପ୍ ଟ୍ରାକିଂ ଟ୍ରାନ୍ସପେରେନ୍ସି।

ଆଣ୍ଡ୍ରଏଡ୍‌: ଆଣ୍ଡ୍ରଏଡ୍ ମଧ୍ୟ ଡାଟା ଏନକ୍ରିପ୍‌ସନ୍ ପ୍ରଦାନ କରେ, କିନ୍ତୁ ଏହି ଫିଚର ଫୋନ୍ ନିର୍ମାତା ଏବଂ ଆଣ୍ଡ୍ରଏଡ୍ ଭର୍ସନ ଉପରେ ନିର୍ଭର କରେ। ଗୁଗଲର ତଥ୍ୟ ସଂଗ୍ରହ କାରଣରୁ ଅନେକ ଥର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠିଥାଏ।

ଆପ୍‌ ଓ ଷ୍ଟୋରର ସୁରକ୍ଷା-

ଆଇଫୋନ(ଆଇଓଏସ): ଆପ୍ ଷ୍ଟୋର୍‌ ଉପରେ ଆପଲ୍ ଦ୍ୱାରା କଡ଼ା ନିୟନ୍ତ୍ରଣ ରହିଛି। ସନ୍ଦେହଜନକ ଆପ୍‌ଗୁଡ଼ିକୁ ଯଥାଶୀଘ୍ର ହଟାଇ ଦିଆଯାଏ।

ଆଣ୍ଡ୍ରଏଡ୍‌: ଗୁଗଲ୍ ପ୍ଲେ ଷ୍ଟୋର୍‌ରେ ଆପ୍ ସଂଖ୍ୟା ଅଧିକ, କିନ୍ତୁ ଅନେକ ସମୟରେ ନକଲି କିମ୍ବା କ୍ଷତିକାରକ ଆପ୍‌ଗୁଡ଼ିକ ଥିବାର ଖବର ଆସିଥାଏ।

ମାଲୱେୟାର ଓ ସାଇବର ଆଟାକ୍‌ ବିପଦ-

ଆଇଫୋନ୍‌(ଆଇଓଏସ): ଆଇଓଏସରେ ମାଲୱେୟାରର ବିପଦ କମ୍ କାରଣ ଏହା ଏକ ସୁରକ୍ଷିତ ସିଷ୍ଟମ।

ଆଣ୍ଡ୍ରଏଡ୍‌: ଏକ ଓପନ୍‌ ସୋର୍ସ ସିଷ୍ଟମ ହୋଇଥିବାରୁ ଆଣ୍ଡ୍ରଏଡ୍ ଡିଭାଇସ୍‌ରେ ସାଇବର ଆଟାକ୍‌ ଏବଂ ମାଲୱେୟାରର ବିପଦ ଅଧିକ ଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories