www.samajalive.in
Monday, December 8, 2025
17.1 C
Bhubaneswar

ବିଦ୍ୟୁତ ଚୋରି କରି ଧରାପଡ଼ିଲେ ସାଂସଦ

ସମାଜ ଡିଜିଟାଲ ଡେସ୍କ: ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିଲେ ସାଂସଦ। ଶେଷରେ ଧରାପଡ଼ିବା ପରେ ବିଭାଗକୁ ନାଲିଆଖି ଦେଖାଇଲେ ପରିବାର ଲୋକେ। ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିୟାଉର ରହମନ ବର୍କ ବର୍ଷ ବର୍ଷ ଧରି କିପରି ବିଦ୍ୟୁତ ଚୋରି କରୁଥି​‌ଲେ ତାହାର ତଥ୍ୟ ଦେଇଛି ବିଦ୍ୟୁତ ବିଭାଗ।

ସୂଚନା ଅନୁସାରେ, ଜିୟାଉରଙ୍କ ଘରର ବିଦ୍ୟୁତ ମିଟର ରିଡିଂ ହେବା ପରେ ଗତ ୧ ବର୍ଷ ହେବ ତାହା ଶୂନ ଆସୁଥିଲା। କିନ୍ତୁ ଘରେ କେଉଁ ସବୁ ଉପକରଣ ବ୍ୟବହାର ହେଉଥିଲା ତାହାର ଯାଞ୍ଚ କରିଛି ବିଭାଗ। ଜିୟାଉରଙ୍କ ଘରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ସାଂସଦଙ୍କ ଘରେ ୧୬ ହଜାର ୫୦୦ ଓ୍ବାଟ ବିଦ୍ୟୁତ ବ୍ୟବହାର ହେଉଥିବା ଉପକରଣ ରହିଛି। ଏକତାଲିକାରେ ଦର୍ଶାଯାଇଛି ଯେ, ଜିୟାଉରଙ୍କ ଘରେ ୮୩ ବଲ୍‌ବ, ୧୯ ପଙ୍ଖା, ୩ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ରହିଛି। ଏହା ବ୍ୟତୀତ ଗିଜର, ମାଇକ୍ରୋଓ୍ବେଭ, ଓ୍ବାଶିଂମେସିନ, ଫ୍ରିଜ ଆଦି ଉପକରଣ ରହିଛି। କିନ୍ତୁ ମିଟର ଟାମ୍ପରିଂ ଯୋଗୁ ବିଲ୍ ଶୂନ ଆସୁଥିଲା। ଏ ନେଇ ବିଭାଗ ପକ୍ଷରୁ ସାଂସଦଙ୍କ ନାମରେ ଏତଲା ରୁଜୁ କରାଯାଇଛି। ତେବେ ଏହି ଚଢ଼ାଉ ସମୟରେ ସାଂସଦଙ୍କ ପରିବାର ଲୋକେ ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ଆମ ସରକାର ଆସିଲେ ତୁମମାନଙ୍କୁ ଦେଖିଦେବୁ ବୋଲି ପରିବାର ଲୋକେ ଧମକ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories