www.samajalive.in
Tuesday, December 9, 2025
15.1 C
Bhubaneswar

ମୁମ୍ବଇ ଉପକୂଳରେ ବୋଟ୍‌ ବୁଡ଼ି ଘଟଣା: ୧୩ ମୃତ, ଉଦ୍ଧାର ହେଲେଣି ୧୧୫, ଏବେବି ଦୁଇ ନିଖୋଜ

ମୁମ୍ବଇ: ବୁଧବାର ମୁମ୍ବଇ ଉପକୂଳରେ ଗୋଟିଏ ଯାତ୍ରୀବାହୀ ବୋଟ୍‌ ଆରବ ସାଗରରେ ବୁଡିଯିବାରୁ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଯାଏଁ ୧୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଜଣ ଏବେବି ନିଖୋଜ ରହିଛନ୍ତି। ସୂଚନା ମୁତାବକ ୧୧୦ ଯାତ୍ରୀଙ୍କୁ ନେଇ ‘ନୀଲ କମଲ’ ନାମକ ଉକ୍ତ ବୋଟ୍‌ଟି ଦକ୍ଷିଣ ମୁମ୍ବଇସ୍ଥିତ ଗେଟ୍‌ୱେ ଅଫ୍ ଇଣ୍ଡିଆରୁ ଆରବ ସାଗରରେ ଅବସ୍ଥିତ ଏଲିଫାଣ୍ଟା ଗୁମ୍ଫା ଅଭିମୁଖେ ଯାତ୍ରା କରୁଥିଲା। ମଝି ସମୁଦ୍ରରେ ବୋଟ୍‌ଟି ଗନ୍ତବ୍ୟସ୍ଥଳ ଆଡକୁ ଅଗ୍ରସର ହେଉଥିବାବେଳେ ସମୁଦ୍ରରେ ଦ୍ରୁତଗତିରେ ଆସୁଥିବା ନୌବାହିନୀର ଏକ ସ୍ପିଡ୍‌ ବୋଟ ଏହାକୁ ଧକ୍କା ଦେଇଥିଲା। ଉକ୍ତ ସ୍ପିଡ୍‌ ବୋଟ୍‌ର ଇଞ୍ଜିନ ପରୀକ୍ଷା କରାଯାଉଥିବା ବେଳେ ଏହା ନିୟନ୍ତ୍ରଣ ହରାଇ ପର୍ଯ୍ୟଟକଙ୍କ ବୋଟ୍‌କୁ ଧକ୍କା ଦେଇଥିବା ନୌବାହିନୀ ପକ୍ଷରୁ କୁହାଯାଇଛି। ସ୍ପିଡ୍‌ ବୋଟ୍‌ରେ ୫ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ ୧୦ ପର୍ଯ୍ୟଟକ ଏବଂ ସ୍ପିଡ୍‌ ବୋଡ୍‌ର ୩ ଜଣ ପ୍ରାଣ ହରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories