www.samajalive.in
Thursday, December 11, 2025
26.1 C
Bhubaneswar

ସରିଲା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ, ମେଳାରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ

ଭୁବନେଶ୍ୱର: ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବିଗତ ଡ଼ିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଭୁବନେଶ୍ୱର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା।ଚଳିତ ବର୍ଷ ପୁସ୍ତକ ମେଳାରେ ୩ କୋଟିରୁ ଅଧିକ ବ୍ୟବସାୟ ହୋଇଛି। ପୁସ୍ତକ ମେଳାରେ ପ୍ରାୟ ୧୫୦ ପ୍ରକାଶକ ସଂସ୍ଥା ଓ ପୁସ୍ତକ ବିକ୍ରେତାମାନେ ଯୋଗ ଦେଇଥିବାବେଳେ ୪୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ନିର୍ମିତ ହୋଇଥିଲା।

ଆଜିର ଉଦଯାପନୀ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।

- Advertisement -

ନିଜର ଅଭିଭାଷଣରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଆମ ସମାଜରେ ପୁସ୍ତକର ସ୍ଥାନ ଅନନ୍ୟ।ପାଠକ ମନରେ ଶାନ୍ତି ଓ ପ୍ରଶାନ୍ତିର ଭାବ ଆଣିଥାଏ ପୁସ୍ତକ। ବହିର ଅନ୍ୟ କୌଣସି ବିକଳ୍ପ ନାହିଁ।ଆଜିର ସୋସିଆଲ୍ ମିଡ଼ିଆ ଯୁଗରେ ମଧ୍ୟ ପୁସ୍ତକର ଚାହିଦା ବଢିଛି। ଚଳିତ ବର୍ଷ ପୁସ୍ତକ ମେଳାରେ ବିଶେଷ ଭାବରେ ଯୁବପିଢ଼ି ବହି କିଣିବା ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି।

ବିଶିଷ୍ଟ ଅତିଥି ଅଧ୍ୟାପକ ଏବଂ ସାହିତ୍ୟିକ ବିଶ୍ୱରଞ୍ଜନ କହିଥିଲେ ଯେ, ଭାଷା, ସାହିତ୍ୟ, ସଂସ୍କୃତି ଏବଂ ବୌଦ୍ଧିକ ବିକାଶରେ ପୁସ୍ତକ ପଠନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏଥିସହିତ ସେ ସାମ୍ପ୍ରତିକ ଯୁଗରେ ପୁସ୍ତକ ପଠନର ଗୁରୁତ୍ବ ଏବଂ ଆବଶ୍ୟକତା ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଥିଲେ।

ଆଜିର ଉଦଯାପନୀ ସମାରୋହରେ “ଫକୀରନାମା”, “ମାଦଳାପାଞ୍ଜିର ସାମଗ୍ରିକ ରୂପଲେଖ”, “ବହିକଥା”, “ପ୍ରଜ୍ଞାପୁରୁଷ ନାରାୟଣ ପୃଷେଠ” ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ପୁସ୍ତକ ପ୍ରକାଶକ ସଂସ୍ଥାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ସ୍ୱାଗତ ଭାଷଣ ରଖିଥିଲେ ଏବଂ ଯୁଗ୍ମ ସଚିବ ଦେବ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories