ଭାବନଗର: ଗୁଜରାଟର ଭାବନଗର ଜିଲାରେ ଟ୍ରେନ୍ ଡ୍ରାଇଭରଙ୍କ ତତ୍ପରତା ଯୋଗୁଁ ୮ଟି ସିଂହ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଶନିବାର ପଲେ ସିଂହ ଏହି ଜିଲା ଦେଇ ଯାଇଥିବା ରେଳଧାରଣା ଉପରେ ବୁଲୁଥିଲେ। ଏହି ସମୟରେ ହାପାରୁ ପିପାଭାବ୍ ଯାଉଥିବା ଏକ ମାଲଗାଡି ଡ୍ରାଇଭର ସିଂହଗୁଡିକୁ ଟ୍ରାକ୍ ଉପରେ ବୁଲୁଥିବା ଦେଖି ଜରୁରୀକାଳୀନ ବ୍ରେକ ପ୍ରୟୋଗ କରିଥିଲେ। ଫଳରେ ଦୁର୍ଘଟଣାରୁ ସିଂହମାନେ ବର୍ତ୍ତି ଯାଇଥିଲେ। ସିଂହମାନେ ଟ୍ରାକ୍ରୁ ବାହାରକୁ ଯିବାପରେ ଟ୍ରେନ୍ଟି ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ। ଶୁକ୍ରବାର ଛଲାଲା-ଧାରି ସେକ୍ସନ ଦେଇ ଏକ ପାସେଞ୍ଜର ଟ୍ରେନ ଯାଉଥିବାବେଳେ ଟ୍ରାକ୍ ଉପରେ ଦୁଇ ଶାବକଙ୍କ ସହ ଏକ ସିଂହୀ ବସିଥିବା ଡ୍ରାଇଭର ଲକ୍ଷ୍ୟ କରିଥିଲେ। ତୁରନ୍ତ ବ୍ରେକ ପ୍ରୟୋଗ କରି ଟ୍ରେନକୁ ଅଟକାଇଥିଲେ।
Popular Categories



