ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବିଶାଳ ସାପ ଓ ଚିଲ ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି । ଆରମ୍ଭରେ ଚିଲ ସାପକୁ ନିଜ ପଞ୍ଝାରେ ଧରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ସାପ ତୁରନ୍ତ ପାଲଟା ଆକ୍ରମଣ କରି ଚିଲକୁ ଚିନ୍ତାରେ ପକାଇ ଦେଉଛି । ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ଚିଲ ସାପକୁ ଧରିବା ସମୟରେ ସାପ ନିଜ ସମ୍ପୂର୍ଣ୍ଣ ବଳ ଲଗାଇ ନିଜକୁ ରକ୍ଷା କରୁଛି । ଏହା ପରେ ଚିଲ ନିଜ ଶିକାରକୁ ହରାଇ ଜୀବନକୁ ରକ୍ଷା କରିବା ପାଇଁ ଦୂରରେ ଠିଆ ହେଉଛି । ଭିଡିଓଟି ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହାକୁ ଲାଇକ୍ କରିବା ସହ ସେୟାର କରୁଛନ୍ତି ।



