www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ରହ୍ମପୁର ସାଂସଦଙ୍କୁ ଭେଟିଲେ ୧୫ ସରପଞ୍ଚ: ବଦଳିପାରେ ରାଜନୈତିକ ସମୀକରଣ, ବିଜେଡି ଶିବିରରେ ହଟ୍ଟଚମଟ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୁବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ହଠାତ ଏହିପରି ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଗଧାଡିର ନେତାଙ୍କ ସାଂସଦଙ୍କ ସହ ସାକ୍ଷାତକାର ନେଇ ଆଗାମୀ ଦିନରେ ଏଠାରେ କିଛି ରାଜନୈତିକ ହଟ୍ଟଚମଟ ସୃଷ୍ଟି ହେବାକୁ ଯାଉଥିବା ଆଭାସ ମିଳୁଥିବା ଆଲୋଚନା ଜୋର ଧରିଛି।

ଆଜି କରାପଲ୍ଲୀ ସମେତ ରଣ୍ଢା, ରଙ୍ଗେଇଲୁଣ୍ଡା,ବକ୍ସିପଲୀ, ହଳଦିଆପଦର, ପଦ୍ମପୁର, ରାଳବ ଓ ଅନ୍ୟାନ୍ୟ ପଞ୍ଚାୟତର ୧୫ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ଯୁବ ନେତା ଶୁଭାଶିଷ ସାହୁ, ବାଇରୀ ପାତ୍ର, ଏସଧର୍ମ ରାଜ ରେଡ୍ଡୀ ପ୍ରମୁଖ ସାଂସଦକୁ ଭେଟି ବ୍ଲକରେ ଦୀର୍ଘ ଦିନର ଧରି ବିଡ଼ିଓ ସମେତ ଅନ୍ୟାନ୍ୟ ପଦବୀ ଫାଙ୍କା ପଡିଥିବା ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାମ ଅଟକି ରହିଥିବା ସହ ବ୍ଲକ ପକ୍ଷରୁ ପୁରୁଣା ବିଲ ମଞ୍ଜୁର କରୁନଥିବା ନେଇ ଅଭିଯୋଗ ଜଣାଇଲେ।ଏହା ସହ ଅଞ୍ଚଳର ରାଜନୈତିକ ହାଲଚାଲ ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିବାର ଜଣାପଡିଛି।

- Advertisement -

ସୂଚନା ଯୋଗ୍ୟ ଯେ ଚଳିତ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେପି ହାତକୁ ଯାଇଥିବା ବେଳେ ଲଗାତର ୩ ଥର ଏଠାକାର ବିଧାୟକ ସହ ଚଳିତ ନିର୍ବାଚନରେ ବ୍ରହ୍ମପୁର ସାଂସଦ ଭାବେ ଡ଼ ପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ନିର୍ବାଚନ ପରେ ଗୋପାଳପୁରରେ ବିଜେଡିର ଦବଦବା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏଠାରେ ରହିଥିବା କର୍ମୀ ଓ ନେତାମାନେ ମଧ୍ୟ କାହାର ହାତଧରି ଆଗକୁ ଯିବେ ସନ୍ଦେହରେ ରହି ଯାଇଛନ୍ତି। ଏପରି ସ୍ଥିତିରେ ହଠାତ ସରପଞ୍ଚ ଓ ବିଜେଡିର ଆଗଧାଡିର ନେତାଙ୍କ ସାଂସଦ ସହ ସାକ୍ଷାତକାର ଆଲୋଚନାର ବିଷୟ ପାଲଟିଥିବା ବେଳେ ରାଜନୈତିକ ସମୀକରଣ ମଧ୍ୟ ବଦଳି ପାରେ ବୋଲି ଆଲୋଚନା ଜୋର ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories