www.samajalive.in
Sunday, December 7, 2025
15.1 C
Bhubaneswar

ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟର ମୁକାବିଲା ପାଇଁ ଅକ୍ଷୟ ଶକ୍ତି ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର : ଚଳିତବର୍ଷର ମର୍ଯ୍ୟାଦାଜନକ ସୂର୍ଯ୍ୟକ୍ଷେତ୍ର ଜାତୀୟ ଉତ୍କର୍ଷତା ସମ୍ମାନ-୨୦୨୪ ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଚଳିତବର୍ଷର ଏହି ସମ୍ମାନ ପ୍ରଦାନ କରାଯିବ। କଳା, ସାହିତ୍ୟ, ସଂସ୍କୃତି, ସମାଜସେବା, ସାମ୍ବାଦିକତା, ଉଦ୍ୟୋଗ ତଥା ବିଭିନ୍ନ କ୍ଷେତ୍ରରେ ସମାଜକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ସମ୍ମାନିତ କରାଯିବ ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ‘ଅକ୍ଷୟ ଶକ୍ତିର ଉତ୍ସ, ବ୍ୟବହାର ଓ ସୁଯୋଗ’ ଶୀର୍ଷକ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ସମଗ୍ର ବିଶ୍ୱରେ ଦେଖା ଦେଇଥିବା ଶକ୍ତି ସଙ୍କଟର ମୁକାବିଲା ପାଇଁ ଅକ୍ଷୟ ଶକ୍ତି ହିଁ ଏକମାତ୍ର ବିକଳ୍ପ। ସୌରଶକ୍ତି, ପବନ ଶକ୍ତି, ଜଳ ଓ ଜୁଆର ଶକ୍ତିକୁ ବ୍ୟବହାର କରି ଆଗାମୀ ଦିନର ଶକ୍ତି ସଙ୍କଟ ଦୂର କରିବା ପାଇଁ କିଭଳି ଦୀର୍ଘମିଆଦୀ ଯୋଜନା କରାଯାଇ ପାରିବ ସେ ବିଷୟରେ ନିମନ୍ତ୍ରିତ ବିଶେଷଜ୍ଞମାନେ ସେମାନଙ୍କ ବିଚାର ଓ ମତ ରଖିବେ।

- Advertisement -

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଏହିସବୁ ଯୋଜନା ଉପରେ କିଭଳି ଆଗାମୀ ଦିନରେ ଦୀର୍ଘସୂତ୍ରୀ ଯୋଜନା ନେଇ କାର୍ଯ୍ୟ କରାଯିବ, ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସେହିପରି ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ, କୌତୁକିଆ ପୋଷାକ ପରି ଆକର୍ଷଣୀୟ ପ୍ରତିଯୋଗିତାମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଦେଶର ଜଣାଶୁଣା ସାମାଜିକ କର୍ମୀ ଡ. ବିପିନ ବିହାରୀ ମିଶ୍ର ଉପସ୍ଥିତ ରହି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଓଡ଼ିଶା ମୁଖ୍ୟ ରବୀନ୍ଦ୍ରନାଥ ରାଉତରାୟ ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଡିସେମ୍ବର ୧୫ ତାରିଖରେ ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଥିବା ଏହି ଜାତୀୟସ୍ତରୀୟ ମର୍ଯ୍ୟାଦାଜନକ ପୁରସ୍କାର ସମାରୋହରେ ସମସ୍ତ ଜନାଧାରଣ ଉପସ୍ଥିତ ରହିବା ପାଇଁ ଫାଉଣ୍ଡେସନ ତରଫରୁ ନିବେଦନ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories