www.samajalive.in
Wednesday, December 10, 2025
18.1 C
Bhubaneswar

ବୈତରଣୀ ନଦୀରୁ ଉଦ୍ଧାର ହେଲା ଭାସମାନ ପଥର

ଦୋବଲ : ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ଦେଇ ପ୍ରବାହିତ ବୈତରଣୀ ନଦୀ ଗର୍ଭରୁ ଏକ ଭାସମାନ ପଥର ମିଳିଛି ।  ଏହା ଅଲୌକିକ ଘଟଣା ଭାବି ପଥରଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି  । ବୈତରଣୀ ନଦୀରେ କିଛି ଯୁବକ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଗୋଟେ ପଥର ହାତରେ ଲାଗିଥିଲା। ଯୁବକମାନେ ସେହି ପଥରଟିକୁ ବାହାର କରି ପାଣିରେ ଫିଙ୍ଗିଦେଇଥିଲେ। ହେଲେ ସେହି ପଥରଟି ପାଣିରେ ଭାସିଥିଲା।

- Advertisement -

ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଥରକୁ ପାଣିରୁ ଉଦ୍ଧାର କରି ଗ୍ରାମକୁ ନେଇଥିଲେ। ଅନେକ ଲୋକେ ଏହାକୁ ତ୍ରେତୟା ଯୁଗର ରାମ ସେତୁ ପଥର ବୋଲି କହୁଥିବା ବେଳେ ଆଉ କିଛି ଚତୁର୍ଦଶ ଶତାବ୍ଦୀରେ ଯଯାତି କେଶରୀ ମହାରାଜ ସିଦ୍ଧେଶ୍ୱର ମନ୍ଦିର ନିର୍ମାଣ କରିବା ସମୟରେ ବୈତରଣୀ ନଦୀ ଉପରେ ଯିବା ଆସିବା କରିବା ପାଇଁ ଏହି ପଥର ଆଣି ରଖିଥିଲେ। ସେଗୋଡିକ ପୋତି ହୋଇ ରହିଥିଲା। ଏବେ ନଦୀରେ ବାଲି ଉଠୁଥିବାରୁ ନଦୀ ଗଭୀର ହେବା ପରେ ସେହି ପଥର ଉପରକୁ ବାହାରି ପଡ଼ିଛି। ଏହି ଘଟଣା ପ୍ରଘଟ ହେବା ପରେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ପହଞ୍ଚୁଛନ୍ତି।

ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମ ଥିବାବେଳେ ଯେତେଥର ପାଣିରେ ପକାଇଲେ ସେ ଭାସି ଉଠୁଛି। ସାଧାରଣତଃ ପଥର ପାଣିରେ ପଡିଲେ ବୁଡିଯାଏ। ହେଲେ ଏଇ ପଥର ସମ୍ପୂର୍ଣ୍ଣ ଭାସୁଛି। ଏହା ଦେଖିବାକୁ ଧଳା ରଙ୍ଗ ଓ ସହ ସହ ସଂଖ୍ୟାର ଛିଦ୍ର ରହିଛି। ପୁର୍ବରୁ ବୈତରଣୀ ନଦୀ ଗର୍ଭରୁ ଶିବ ଲିଙ୍ଗ ଓ ଅନେକ ବୌଦ୍ଧ ମୁର୍ତ୍ତି ଉଦ୍ଧାର କରାଯାଇଛି। ତେଣୁ ଏହା ରାମ ସେତୁ ପଥର ବୋଲି ବିଶ୍ୱାସ କରାଯାଉଛି। ତେବେ ଏ ପଥର କେଉଁଠୁ ଓ କେମିତି ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories