www.samajalive.in
Monday, December 8, 2025
17.1 C
Bhubaneswar

ଜୀବନ ହାରିବା ପୂର୍ବରୁ ଯନ୍ତ୍ରଣାଭରା ବାର୍ତ୍ତା.. ନ୍ୟାୟ ନ ମିଳିଲେ ନାଳରେ ଭସାଇବ ଅସ୍ଥି

ବେଙ୍ଗାଲୁରୁ: ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ଦିନକୁ ଦିନ ଅସହ୍ୟ ହେବା ଫଳରେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ବାସ କରୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁବାସ ସୋମବାର ଆତ୍ମହତ୍ୟା କରିଛନ୍ତି। ପୁଲିସ ଘଟଣାସ୍ଥଳରୁ ୨୪ ପୃଷ୍ଠାର ଏକ ସୁଇସାଇଡ୍‌ ନୋଟ ଜବତ କରିଥିବାବେଳେ ସେଥିରେ ହୃଦୟସ୍ପର୍ଶୀ ବାର୍ତ୍ତା ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଦେଢ଼ ଘଣ୍ଟାର ଭିଡିଓ ବାର୍ତ୍ତାରେ ସେ ଯାହା କହିଛନ୍ତି, ତାହା ସମସ୍ତଙ୍କୁ ଦୁଃଖିତ କରିଛି। ଅତୁଲ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ତାଙ୍କ ମରଶରୀର ପତ୍ନୀ ନିକିତାଙ୍କୁ ଛୁଇଁବାକୁ ଦେବନି। ନିଜ ସନ୍ତାନକୁ ନିକିତାଙ୍କ ନିକଟରୁ ଆଣି ତାଙ୍କ ପରିବାର (ଅତୁଲଙ୍କ) ଜିମା ଦେବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ବିନା କ୍ୟାମେରାରେ ନିକିତାଙ୍କୁ ନ ଭେଟିବାକୁ ଅତୁଲ ନିଜ ପିତାମାତାଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ନିର୍ଯାତନା ଦେଇଥିବା ପ୍ରତ୍ୟେକ ବ୍ୟକ୍ତି ଦଣ୍ଡ ନ ପାଇବା ପର୍ଯ୍ୟନ୍ତ ଅସ୍ଥି ବିସଜର୍ନ ନ କରିବାକୁ ସେ ପରିବାରବର୍ଗଙ୍କୁ ଅନୁରୋଧ କରିଛନ୍ତି। ଆବଶ୍ୟକ ପଡିଲେ ତାଙ୍କ ଅସ୍ଥିକୁ ଅଦାଲତ ବାହାରେ ଥିବା ନାଳରେ ଭସାଇଦେବାକୁ ସେ ଅନୁରୋଧ କରିଛନ୍ତି। ଅତୁଲ ସୁବାସ ନାମକ ଏହି ୩୪ ବର୍ଷୀୟ ଯୁବକ ବିହାର ବାସିନ୍ଦା ହୋଇଥିବାବେଳେ ଏକ ପ୍ରତିଷ୍ଠିତ ଆଇଟି କମ୍ପାନୀରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ୨୦୧୯ରେ ଅତୁଲ ଉତ୍ତର ପ୍ରଦେଶର ନିକିତାଙ୍କୁ ବିବାହ କରିଥିବାବେଳେ ସେମାନଙ୍କର ଏକ ସନ୍ତାନ ଅଛି। ତେବେ ବିବାହ ପରେ ନିକିତା ଓ ତାଙ୍କ ପରିବାର ଅତୁଲଙ୍କୁ ଅସମ୍ଭବ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଅତୁଲଙ୍କ ବିରୋଧରେ ନିକିତା ଯୌତୁକ ଓ ପାରିବାରିକ ହିଂସା ଅଭିଯୋଗ ଆଣିଥିଲେ। ଦୁଇବର୍ଷ ଧରି କୋର୍ଟରେ ଚାଲିଥିବା ମାମଲା ଏବଂ ନିକିତାଙ୍କ ତରଫରୁ ୩ କୋଟି ଟଙ୍କାର ଭରଣପୋଷଣ ଦାବି ଅତୁଲଙ୍କୁ ବ୍ୟତିବ୍ୟସ୍ତ କରିଥିଲା। ନିକିତାଙ୍କ ତରଫରୁ ଅତୁଲଙ୍କ ବିରୋଧରେ ନିମ୍ନ ଅଦାଲତରେ ୬ଟି ଏବଂ ହାଇକୋର୍ଟରେ ୩ଟି ମାମଲା ରୁଜୁ କରାଯାଇଥିଲା। ମାମଲାର ଶୁଣାଣି ପାଇଁ ଅତୁଲଙ୍କୁ ୪୦ ଥର ବେଙ୍ଗାଲୁରୁରୁ ଉତ୍ତର ପ୍ରଦେଶ ଯିବାକୁ ପଡିଥିଲା। ନିକିତାଙ୍କ ତରଫରୁ ମାସିକ ୨ ଲକ୍ଷ ଟଙ୍କା ଦାବି କରାଯାଇଥିବାବେଳେ ଅଦାଲତଙ୍କ ନିର୍ଦେଶ ମୁତାବକ ଅତୁଲଙ୍କୁ ୪୦ ହଜାର ଟଙ୍କା ଦେବାକୁ ପଡୁଥିଲା। ଏଥିଯୋଗୁଁ ଅତୁଲ ଭୀଷଣ ମାନସିକ ଚାପରେ ରହୁଥିଲେ। ତେବେ ଧୈର୍ଯ୍ୟଚ୍ୟୁତି ଘଟିବା ପରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଏପରିକି ମାମଲା ରଫାଦଫା କରିବାକୁ ପରିବାର କୋର୍ଟ ବିଚାରପତି ତାଙ୍କୁ ୫ ଲକ୍ଷ ଟଙ୍କା ଉତ୍କୋଚ ମାଗିଥିବା ଅତୁଲ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି।

 

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories