www.samajalive.in
Tuesday, December 9, 2025
17.1 C
Bhubaneswar

ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର : ସିଙ୍ଗାପୁର ରାଷ୍ଟ୍ରପତି ଥର୍ମାନ୍‌ ଶନମୁଗରତ୍ନମ୍‌ ଜାନୁଆରୀରେ ଭାରତ ଗସ୍ତରେ ଆସିବେ। ଏହି ସମୟରେ ସେ ଓଡ଼ିଶା ଆସିବେ ବୋଲି ଭାରତରେ ଅବସ୍ଥାପିତ ସିଙ୍ଗାପୁର ଉଚ୍ଚାୟୁକ୍ତ ସାଇମନ୍ ୱଙ୍ଗ ସୂଚନା ଦେଇଛନ୍ତି। ଶ୍ରୀ ୱଙ୍ଗ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନ‌େକ୍ଲଭରେ ସିଙ୍ଗାପୁର ସହଯୋଗୀ (ପାର୍ଟନର) ରହିବ ବୋଲି ଶ୍ରୀ ୱଙ୍ଗ ସୂଚନା ଦେବା ସହିତ ରାଷ୍ଟ୍ରପତି ଶନମୁଗରତ୍ନମ୍‌ ଭାରତ ଆସିବା ସମୟରେ କେବଳ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଗସ୍ତରେ ଆସିବେ ବୋଲି କହିଛନ୍ତି। ପେଟ୍ରୋକେମିକାଲ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ସମୃଦ୍ଧିକୁ ଦୃଷ୍ଟିରେ ରଖି ସିଙ୍ଗାପୁର ତା’ର ବ୍ୟବସାୟିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଚାହୁଁଛି। ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ଏସବୁ ବିଷୟକୁ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ୱଙ୍ଗ କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସିଙ୍ଗାପୁର ଉଚ୍ଚାୟୁକ୍ତଙ୍କୁ ସ୍ବାଗତ କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତି ତାଙ୍କ ନିମନ୍ତ୍ରଣ ରକ୍ଷା କରିଥିବାରୁ ଧନ୍ୟବାଦ ଜଣାଇଥିଲେ। ବାୟୋ କେମିକାଲ, ସହରୀ ଯୋଜନା, ପର୍ଯ୍ୟଟନ, ଆଇଟି, ଅକ୍ଷୟ ଶକ୍ତି ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କରେ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚି ଥିବା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories