www.samajalive.in
Monday, December 8, 2025
20.1 C
Bhubaneswar

ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କା ଦେଲା ଗାଡ଼ି: ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ୱର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳୁ ମର୍ଣ୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା ରେ ଚାଲିଗଲା ଶିକ୍ଷୟତ୍ରୀ ଙ୍କ ଜୀବନ। ମୃତକ ବାଲିଆପାଳ ନିକଟସ୍ଥ ଜାମସୁଳି ଅଞ୍ଚଳର ରଶ୍ମିତା ସାହୁ ବୋଲି ଜଣାପଡିଛି। ରଶ୍ମିତା ବାଙ୍ଗିରିପୋଷି ବଜାର ନିକଟରେ ଘର ଭଡ଼ା ନେଇ ରହୁଥିବା ବେଳେ ଚନ୍ଦନପୁର ଏମଇ ସ୍କୁଲ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ୪୯ ନମ୍ୱର ଜାତୀୟ ରାଜପଥ ନିକଟରେ ସେ ମର୍ଣ୍ଣିଂ ଓ୍ବାକ୍  କରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିଲା । ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories