ଅଚାନକ ସପ୍ତାହକରେ ଏତେ ଶସ୍ତା ହେଲା ସୁନା, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ : ୨୦୨୪ରେ ସୁନା ଦାମରେ ଅନେକ ଥର ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଗତ ସପ୍ତାହରେ ସୁନା ଦାମରେ ହ୍ରାସ ଦେଖିବାକୁ ମିଳିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୫ ଫେବୃୟାରୀରେ ଏକ୍ସପାୟରୀ ବିଶିଷ୍ଟ ଫ୍ୟୁଚର ସୁନାର ଦାମ୍ ୨୯ ନଭେମ୍ବରରେ ୭୭,୧୨୮ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ଯାହା ଚଳିତ ସପ୍ତାହ ଶେଷଦିନ କମ୍ ହୋଇ ୭୬,୬୫୫ ଟଙ୍କା ରହିଯାଇଛି । ଏହି ଅନୁସାରେ ସପ୍ତାହରେ ଏମସିଏକ୍ସରେ ୧୦ ଗ୍ରାମ ସୁନା ଦାମ୍ ୪୭୩ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଘରୋଇ ବଜାରରେ ସୁନା ଦାମରେ ପରିବର୍ତ୍ତନ ପରେ ୨୪ କ୍ୟାରେଟ୍ ସୁନା ଦାମ୍ ୭୬୧୯୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଛି । ଯାହା କି ଗତ ଶୁକ୍ରବାର ୨୯ ନଭେମ୍ବରରେ ୭୬,୭୩୮ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ୨୨ କ୍ୟାରେଟ୍ ସୁନା ଦାମ୍ ୭୪୩୬୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୨୦ କ୍ୟାରେଟ୍ ସୁନା ଦାମ୍ ୬୭୮୧୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିବାବେଳେ  ୧୮ କ୍ୟାରେଟ୍ ସୁନା ଦାମ୍ ୬୧,୭୧୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

Comments are closed.