www.samajalive.in
Saturday, December 6, 2025
26.1 C
Bhubaneswar

ପେଟରେ ଗୁଳି ବାଜିବା ପରେ ବି ୫ କି.ମି. ଗାଡ଼ି ଚଳାଇ ୧୫ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଚାଳକ

ସମାଜ ଡିଜିଟାଲ ଡେସ୍କ: ଜଣେ ଚାଳକଙ୍କ ସାହସିକତା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ପେଟରେ ଗୁଳି ବାଜିବା ସତ୍ବେ ଚାଳକ ଗାଡ଼ିକୁ ୫ କି.ମି. ଚଳାଇ ୧୫ ଯାତ୍ରୀଙ୍କୁ ବିପଦରୁ ରକ୍ଷା କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି। କିନ୍ତୁ ନିଜେ ଏବେ ନିଜ ଜୀବନ ସହିତ ସଂଗ୍ରାମ କରୁଛନ୍ତି। ଏହି ଚାଳକ ଜଣକ ହେଉଛନ୍ତି ବିହାରର ହେମନ୍ତପୁର ଗ୍ରାମର ସନ୍ତୋଷ ସିଂହ। କେବଳ ସେ ୧୫ ଯାତ୍ରୀଙ୍କ ଜୀବନ ରକ୍ଷା କରିନାହାନ୍ତି, ବରଂ ଏପରି ଦୁଃସାହସିକ ପଦକ୍ଷେପ ନେଇ ନିଜ ଗାଁର ନାଁକୁ ସାର୍ଥକ କରିବା ସହିତ ବୀରତ୍ଵର ଉଦାହରଣ ସାଜିଛନ୍ତି।

ସନ୍ତୋଷଙ୍କ ଗାଁ ନାମ ହେମନ୍ତପୁର। ହିନ୍ଦୀରେ ‘ହିମ୍ମତ’ ଅର୍ଥାତ ‘ସାହସ’ ଶବ୍ଦରୁ ଏହି ଗାଁର ନାଁକୁ ହେମନ୍ତପୁର ରଖାଯାଇଛି। ଯାହାକୁ ସାର୍ଥକ କରିଛନ୍ତି ସନ୍ତୋଷ। ନିଜ ସାହସିକତାର ପରିଚୟ ଦେଇଛନ୍ତି ସେ। ଘଟଣାଟି ଏହିପରି…

- Advertisement -

ଗୁରୁବାର ୧୫ ଜଣଙ୍କୁ ନେଇ ଏକ ଗାଡ଼ିରେ ସନ୍ତୋଷ ଏକ ତିଳକ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ସେଠାରୁ ​‌ଫେରିବା ବାଟରେ ବିହିୟା ଥାନା ଅଞ୍ଚଳରେ ଏକ ଜାଗାରେ ହଠାତ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। କିଛି ଲୋକ ଆଖିବୁଜା ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ଗୁଳି ଚାଳକ ସନ୍ତୋଷଙ୍କ ପେଟରେ ବାଜିଥିଲା। କିନ୍ତୁ ସନ୍ତୋଷ ଭୟଭୀତ ହୋଇ ନ ଥିଲେ। ଗୁଳିବିଦ୍ଧ ହୋଇ ରକ୍ତ ଜୁଡ଼ୁବୁଡ଼ୁ ହେବା ସତ୍ବେ ସେ ଗାଡ଼ି ଛାଡ଼ି ନ ଥିଲେ। ବରଂ ସେଠାରୁ ଚତୁରତାର ସହିତ ଖସିଆସିବା ସହ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଥିଲେ। କୌଣସି ଡାକ୍ତରଖାନାକୁ ନ ଯାଇ ସେ ପ୍ରଥମେ ଯାତ୍ରୀମାନଙ୍କୁ ନିରାପଦ ସ୍ଥାନକୁ ନେଇଥିଲେ। ପରେ ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସନ୍ତୋଷଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇସାରିଥିଲା। ଗୁଳି ବାଜିବା ପରେ ଗାଡ଼ି ଚଳାଇବା ଯୋଗୁ ତାଙ୍କ ସମ୍ପୂର୍ଣ୍ଣ ଅନ୍ତ୍ରନଳୀ କ୍ଷତିଗ୍ରସ୍ତ ହୋଇଛି। ଅପରେସନ କରାଯାଇଥିବାବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ବୋଲି କୁହାଯାଇଛି।

ଅନ୍ୟପଟେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୁଲିସ ଅନୁମାନ କରୁଛି। କେବଳ ସନ୍ତୋଷଙ୍କ ଗାଡ଼ି ନୁହେଁ, ଅନ୍ୟ ୨ଟି ଗାଡ଼ିକୁ ବି ଏପରି ଟାର୍ଗେଟ କରାଯାଇଥିଲା। ତେବେ ଯାତ୍ରୀଙ୍କ କହିବା ଅନୁସାରେ ପୁଲିସ ଯେଉଁ ଆକ୍ରମଣକାରୀଙ୍କ ସ୍କେଚ ପ୍ରସ୍ତୁତ କରିଛି ତାହା ସ୍ଥାନୀୟ ଅଞ୍ଚଳର କୌଣସି ବ୍ୟକ୍ତିର ନୁହେଁ ବୋଲି ଲୋକେ କହିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories