www.samajalive.in
Monday, December 8, 2025
13.1 C
Bhubaneswar

ବାଇକ ଧକ୍କାରେ ଦ୍ୱିତୀୟ ଶ୍ରେଣୀ ଛାତ୍ର ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଫୁଲବାଣୀ: ଫିରିଙ୍ଗିଆ ଥାନା ଡିଣ୍ଡିରା ଗାଁ ପଞ୍ଚାୟତର ଫୁଲବାଣୀ-ବାଲିଗୁଡା ମୁଖ୍ୟରାସ୍ତା ଗାମ୍ବେରିଗୁଡା ନିକଟରେ ବାଇକ ଧକ୍କାରେ ଜଣେ ଦ୍ଵିତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଛାତ୍ର ଜଣକ ସ୍କୁଲରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତ ଛାତ୍ର ହେଲେ ଗାମ୍ବେରିଗୁଡା ଗାଁର ଉତ୍କଳ ବିଶୋଇଙ୍କ ପୁଅ ଆୟୁଷ ବିଶୋଇ।

ଆୟୁଷ ଅପରାହ୍ନ ୪ ଟାରେ ନିଜ ଘରକୁ ନିଜ ସାଙ୍ଗମାନଙ୍କ ସହ ଫେରୁଥିଲେ। ଏହି ସମୟରେ ଗାମ୍ବେରିଗୁଡା ନିକଟରେ ଫୁଲବାଣୀ ପଟୁ ଫିରିଙ୍ଗିଆ ଆଡକୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପରିବାର ଲୋକ ଏବଂ ଗାଁର କିଛି ଲୋକ ପହଞ୍ଚି ତୁରନ୍ତ ଆୟୁଷଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଦୁର୍ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ କାଠ ଗଣ୍ଡି ଓ ପଥର ପକାଇ ରାସ୍ତା ଅବରୋଧ କରିଥିଲେ। ସନ୍ଧ୍ୟା ୫ ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା। ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଲୋକେ ନିଜ ଜିଦରେ ଅଟଳ ରହି କ୍ଷତିପୂରଣ ଦାବି କରିବା ସହ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପରେ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରେଡକ୍ରସ ତରଫରୁ ୨୦ ହଜାର ଟଙ୍କା ଦେବା ସହ ଆମ୍ବୁଲାନ୍ସ ନେବା ଆଣିବା ସମସ୍ତ ଖର୍ଚ୍ଚ ବହନ କରିବାକୁ ବ୍ୟବସ୍ଥା କରିଥିଲେ। ସରକାରଙ୍କ ତରଫରୁ ମିଳୁଥିବା ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରିବାକୁ ସହଯୋଗ କରାଯିବ ବୋଲି କହିବା ପରେ ଲୋକେ ରାସ୍ତା ଅବରୋଧରୁ ହଟିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଡିଣ୍ଡିରାଗାଁ ପଞ୍ଚାୟତ ସରୁକୋଇ ଗାଁର ବୋଲି ଜଣାପଡ଼ିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories