www.samajalive.in
Wednesday, December 10, 2025
18.1 C
Bhubaneswar

ଛାତ୍ରୀଙ୍କୁ ଗୁଳିକରି ହତ୍ୟା, ଅନର କିଲିଂ ସନ୍ଦେହ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର କାନପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା କାଣ୍ଡ ଛାତ୍ରୀଙ୍କ ଘରେ ଘଟିଥିବାରୁ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ଏକ ଅନର କିଲିଂ(ସମ୍ମାନ ପାଇଁ ହତ୍ୟା) ବୋଲି ସନ୍ଦେହ କରାଯାଉଛି।
ମୃତ ଛାତ୍ରୀଙ୍କ ନାଁ ହେଉଛି ସ୍ନେହା ସିଂହ। ଶୁକ୍ରବାର ପୂର୍ବାହ୍ନ ୧୧ଟା ୨୦ରେ ସ୍ନେହାଙ୍କ ଶୋଇବା ଘରୁ ଗୁଳି ଫୁଟିବା ଶବ୍ଦ ଆସିଥିଲା। ପାଖପଡ଼ିଶା ଲୋକ ତୁରନ୍ତ ତାଙ୍କ ଘରେ ପହଞ୍ଚିଥିଲେ। ପରିବାର ଲୋକ ବି ସେଠାରେ ଉପସ୍ଥିତ ଥିଲେ। ତୁରନ୍ତ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବରପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ପୁଲିସ ଫୋରେନସିକ ଟିମ ଏବଂ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।
ତେବେ ଗୁଳି ଏକ ୧୨ ବୋର ପିସ୍ତଲରୁ ଚଳାଯାଇଥିବା ଏବଂ ଘଟଣାସ୍ଥଳରୁ ବନ୍ଧୁକ ମିଳି ନ ଥିବାରୁ ଏହା ଏକ ହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ପୁଲିସ କହିଛି। ତେବେ ପରିବାର ଲୋକେ କହିଛନ୍ତି, ସ୍ନେହାଙ୍କ ବାପାଙ୍କର ଜଣେ ବ୍ୟକ୍ତିଙ୍କ ସହିତ ଶତ୍ରୁତା ଥିଲା। ସେ ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ପୁଲିସ ଏହାକୁ ଅନର କିଲିଂ ଦିଗରୁ ମଧ୍ୟ ତଦନ୍ତ କରୁଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories